ଓମିକ୍ରନ ଭୟ : ଏହି ସହରରେ ଲାଗିଲା ୧୪୪ ଧାରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଧାରା ୧୪୪ ଜାରି କରାଯାଇଛି । ନିର୍ଦ୍ଦେଶନାମା ମୁତାବକ, ରେଷ୍ଟୋରାଂ, ସିନେମା ହଲ୍, ମଲ୍ଟିପ୍ଲେକ୍ସ, ଜିମ୍, ଷ୍ଟାଡିୟମ ୫୦% କ୍ଷମତା ସହ ଖୋଲିପାରିବ। ଲକ୍ଷ୍ନୌରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି। ନିବୁଜ ହଲ୍ରେ ହେଉଥିବା କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇପାରିବେନି। ବିଧାନସଭା ଆଖପାଖରେ କୌଣସି ବି ଧାରଣା ଓ ପ୍ରତିବାଦ କରାଯାଇପାରିବାନାହିଁ । ଧାର୍ମିକ ସ୍ଥଳୀମାନଙ୍କୁ ଏକାସାଙ୍ଗରେ ୫୦ରୁ ଅଧିକ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେନି। ରାତି ୧୦ଟା ପରେ ଲାଉଡ ସ୍ପିକରରେ ଗୀତ ବାଜେଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସରକାରୀ କାର୍ଯ୍ୟାଳୟ ତଥା ସରକାରୀ ଅଧିକାରୀଙ୍କ ବାସଭବନ ଆଖପାଖରେ ଡ୍ରୋନ୍ କ୍ୟାମେରାରେ ସୁଟିଂ କରାଯିବା ଉପରେ ମଧ୍ୟ ରୋକ ଲଗାଯାଇଛି ।