କରୋନା ମାଡ; ଏଥର ହେବନି ଜନଗଣନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଚଳିତବର୍ଷ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍ପିିଆର)ର ଅପ୍ଡେଟ ଓ ଜନଗଣନା-୨୦୨୧ର ପ୍ରଥମ ପର୍ଯ୍ୟାୟକୁ ସ୍ଥଗିତ କରାଯାଇଛି। ଏଥିପାଇଁ ବର୍ଷେ ଡେରି ହୋଇପାରେ। କରୋନା କବ୍ଜାକୁ ଆସିପାରୁନଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଭାରତୀୟ ଜନଗଣନା ବିଶ୍ୱର ସବୁଠୁ ବଡ଼ ପ୍ରଶାସନିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ। ଜନଗଣନାରେ ପ୍ରାୟ ୩୦ ଲକ୍ଷ କର୍ମଚାରୀ ଗାଁଠୁ ସହର ଯାଏଁ ଭାଗ ନେଇଥାନ୍ତି। ତେବେ ଜନଗଣନା ଘୁଞ୍ଚିବା ନେଇ ସୂଚନା ଦେବା ଅବସରରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚଳିତବର୍ଷ କରୋନା ମହାମାରୀ ଯୋଗୁ ଜନଗଣନା କରିବା ସମ୍ଭବପର ନୁହେଁ। ଏହାକୁ ଆଗାମୀ ବର୍ଷ ଯାଏଁ ଘୁଞ୍ଚାଯାଇଛି।
ପ୍ରକାଶ ଯେ, ଚଳିତବର୍ଷ ଜନଗଣନା କାର୍ଯ୍ୟ ଏପ୍ରିଲ ୧ରୁ ଆରମ୍ଭ ହେବାର ଥିଲା। ମାତ୍ର ଲକ୍ଡାଉନ୍ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ଦେଶର ସ୍ଥିତି ସ୍ୱାଭାବିକ ହେଲେ ଜନଗଣନା କାର୍ଯ୍ୟ ଆରମ୍ଭ ହେବ।