ଜୁନ ୨୨ରେ ଆସିବ କରୋନାର ଚତୁର୍ଥ ଲହର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁନ ୨୨ ବେଳକୁ ଦେଶରେ କରୋନାର ଚତୁର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ଏହା କେତେ ଗୁରୁତର ହେବ ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।
ଆଇଆଇଟି କାନପୁରର ରିପୋର୍ଟ ଅନୁସାରେ, ଚତୁର୍ଥ ଲହର ଆତି କମରେ ୪ ମାସ ଧରି ଜାରି ରହିବ । ଅଗଷ୍ଟ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ଏହା ପିକ୍‌ରେ ରହିବ । ଏହାପରେ ମାମଲା କମିବା ଆରମ୍ଭ ହେବ ।

ଏହା ତୃତୀୟ ଥର ପାଇଁ ହୋଇଛି ଯେତେବେଳେ ଆଇଆଇଟି କାନପୁରର ଭବିଷ୍ୟବାଣୀ ସତ ହୋଇଛି । ତୃତୀୟ ଲହରରେ ଶିକ୍ଷାନୁଷ୍ଠାନର ଅନୁମାନ ସଠିକ ସାବ୍ୟସ୍ତ ହୋଇଥିଲା । ଆଇଆଇଟି କାନପୁରର ମ୍ୟାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ ଡିାର୍ଟମେଣ୍ଟର ଏସପି ରାଜେଶଭାଇ, ଶୁଭରା ଶଙ୍କର ଧର ଏହି ଗବେଷଣାରେ ସାମିଲ ଥିଲେ । ସବୁ ଭବିଷ୍ୟବାଣୀ ପାଇଁ ଆଇଆଇଟି ଗଣିତର ମଡେଲକୁ ଉପଯୋଗ କରିଛି ।

ଗବେଷକମାନେ କହିଛନ୍ତି ଯେ, କରୋନା ଆରମ୍ଭ ହେବାର ୯୩୬ ଦିନ ପରେ ଚତୁର୍ଥ ଲହର ଆସିବ । ୨୨ ଜୁନରୁ ଏହା ଆରମ୍ଭ ହୋଇପାରେ । ପିକ୍‌ରେ ପହଁଚିବା ପରେ ଅକ୍ଟୋବର ୨୪ରେ ଏହା ଶେଷ ହେବ । ଏହାମଧ୍ୟରେ ଅନ୍ୟ ଦେଶରେ ମଧ୍ୟ ଚତୁର୍ଥ ଲହର ଆସିପାରେ ବୋଲି ସେମାନେ କହିଛନ୍ତି ।

Leave a comment