ଅଲଗା ଦେଶରେ ବଢୁଛି ସଂକ୍ରମଣ , ସଚେତନ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଘର ଘରକୁ ଯାଇ ଟିକାକରଣ କରିବା ପ୍ରକ୍ରିୟାକୁ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି, ଆଗକୁ ଯେତିକି ପ୍ରତିଶତ ଥିଲା ଏବେ ଆଗକୁ ଯାଇଛି । ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଟିକା ନିଅନ୍ତୁ ଓ ନିଜକୁ ସୁରକ୍ଷା ଦିଅନ୍ତୁ । ସରକାରଙ୍କ ଶେଷ ମୁହୂର୍ତ୍ତର ଏହି ସୁବିଧାକୁ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନେ ଉପଲବ୍ଧି କରନ୍ତୁ ।

ସେପଟେ ୩ ଶହ ତଳକୁ ସଂକ୍ରମଣ ରହିବାକୁ ନେଇ ରଖିଲେ ପ୍ରତିକ୍ରିୟା । ଆଡ଼ମିସନ କମ୍ ରହିଛି । ଆଇସିୟୁରେ ମଧ୍ୟ କମ୍ ଅଛନ୍ତି । ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଅଛି ତାମାନେ ନୁହେଁ ଯେ ଆମେ ବିପଦ ମୁକ୍ତ ହୋଇଗଲେ । ଅଲଗା ଦେଶରେ ସଂକ୍ରମଣ ବଢୁଛି । ଆମେ ନିଜେ ସଚେତନ ରହିବା । ବିପଦ ସୃଷ୍ଟି ହେଲା ପରି ପରିସ୍ଥିତି ଆମେ ସୃଷ୍ଟି କରିବାନି ।

ଦୀପାବଳି ନେଇ ସତର୍କତା ସମସ୍ତେ ଅବଲମ୍ବନ କରନ୍ତୁ । ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ । ସରକାରଙ୍କ ନିୟମ ପାଳନ କରନ୍ତୁ । ଦୁର୍ଘଟଣା ଘଟିବା ଆଶଙ୍କାକୁ ନେଇ ଶିଶୁମାନଙ୍କୁ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର । ଆଉ ବାୟୁ ପ୍ରଦୂଷଣ ଯେପରି ନ ହେବ ସେ ନେଇ ଯତ୍ନବାନ ହେବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave a comment

You cannot copy content of this page