ନିର୍ବାଚନୀ ହିଂସା, ବିଜେଡି କର୍ମୀ ଆକ୍ରମଣରେ କଂଗ୍ରେସ କର୍ମୀ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଶେଷ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଘଟୁଛି । ନବରଙ୍ଗପୁର ଜିଲ୍ଲା ଦହଣା ଗ୍ରାମରେ ଜଣେ ବିଜେଡି କର୍ମୀଙ୍କ ଆକ୍ରମଣରେ ଜଣେ କଂଗ୍ରେସ କର୍ମୀ ଗୁରୁତର ହୋଇଛନ୍ତି । ଏ ନେଇ କଂଗ୍ରେସ କର୍ମୀ ସଞ୍ଜୀବ କୁମାର ମିଶ୍ର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସେ ତାଙ୍କ ସାଙ୍ଗମାନଙ୍କ ସହ ଗ୍ରାମ ନିକଟସ୍ଥ ତ୍ରିନାଥ ମନ୍ଦିର ପାଖରେ ବସିଥିଲେ । ଏହି ସମୟରେ ସେହି ଗ୍ରାମର ବିଜେଡି କର୍ମୀ ସୁନ୍ତୋଷ କୁମାର ମିଶ୍ର ସେଠାକୁ ଆସି ସଞ୍ଜୀବଙ୍କୁ ଗାଳିଗୁଲଜ କରିଥିଲେ । ସଞ୍ଜୀବ ତାଙ୍କୁ ପ୍ରତିରୋଧ କରିବାରୁ ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ସନ୍ତୋଷ ଏକ ଛୁରୀରେ ସଞ୍ଜୀବଙ୍କୁ ଆକ୍ରମଣ କରିଥିଲେ । ଗାଁ ଲୋକେ ଗୁରୁତର ଅବସ୍ଥାରେ ସଞ୍ଜୀବଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ଓ ହାତରେ ୨ଟି ଷ୍ଟିଚ୍ ପଡ଼ିଛି ।

Leave a comment