ଚଳିତ ମାସ ଶେଷସୁଦ୍ଧା ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା । ଯୁବକ ଓ ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନକୁ ଆଉ ହାତଗଣତି କିଛିଦିନ ରହି ଥିବାରୁ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଲେଣି । କେଉଁ ଅଞ୍ଚଳରେ କିଏ ପ୍ରାର୍ଥୀ ହେବ ଏହାକୁ ନେଇ ଅଙ୍କକଷା ଆରମ୍ଭ ହେଲାଣି । ସେହିପରି କଂଗ୍ରେସ ଦଳ ତରଫରୁ ଅଧ୍ୟକ୍ଷ ରାହୁଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଛି ବୈଠକ । ନିଜ ପୁରୁଣା ସ୍ଥିତିକୁ ଫେରିବାକୁ ଚାଲିଛି ଅଲୋଚନା ।

ସୂଚନା ଅନୁଯାୟୀ, ରାହୁଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଥିବା କଂଗ୍ରେସର ବୈଠକରେ ଅନ୍ୟ ରାଜ୍ୟର ମୁଖିଆଙ୍କ ସହ ଆମ ରାଜ୍ୟର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗଦେଇଛନ୍ତି । ବୈଠକ ଶେଷ ହେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଫେବୃଆରୀ ଶେଷ ସୁଦ୍ଧା ପ୍ରାର୍ଥୀ ମାନଙ୍କର ଚୂଡାନ୍ତ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବାସହ ୩ ଥର ହାରିଥିବା ପ୍ରାର୍ଥୀ ଆଉ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ରାଜ୍ୟ ପ୍ରଭାରୀମାନଙ୍କୁ ସଫା ଶୁଣାଇଦେଇଛନ୍ତି ଦଳର ଅଧ୍ୟକ୍ଷ । ଯେଉଁମାନଙ୍କୁ ଜନତା ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ସେମାନଙ୍କୁ ଆଉ ସୁଯୋଗ ଦିଆଯିବନାହିଁ । ସେହିପରି ଏଥର ନିର୍ବାଚନରେ ଯୁବକ ଓ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment