ତୈଳ ଦର ବୃଦ୍ଧି ଓ ଅନ୍ୟ ଦାବି ନେଇ ପୁରୀ କଂଗ୍ରେସର ଗଣଧାରଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ। ତୈଳ ଓ ଡାଲିର ଅହେତୁକ ଦର ବୃଦ୍ଧି ହେଉଛି । ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତୈଳ ଦରବୃଦ୍ଧି ପାଇଁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ତେଣୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । କଂଗ୍ରେସ କହିଛି ଯେ, ଗଣଧାରଣା ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ଆଗାମୀ ଦିନରେ ପେଟ୍ରୋଲ ଟାଙ୍କି ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ନପକାଇବା ପାଇଁ ଅନୁରୋଧ କରାଯିବ ।

Leave a comment