ମମିତା ମେହେର କୁ ନ୍ୟାୟ ଦାବି ରେ ଛାତ୍ର କଂଗ୍ରେସ ର ନବୀନ ନିବାସ ଘେରଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟରେ ବିରୋଧୀ ଦଳ ଓ ଗଣମାଧ୍ୟମରେ ଉଦବେଗ ପ୍ରକାଶ ପାଇବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି।। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିନାହିଁ। ଯାହାକୁ ନେଇ ସାରା ରାଜ୍ୟରେ ବିରୋଧୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏହି କ୍ରମରେ ନବୀନ ନିବାସ ଘେରାଉ କରାଯାଉଥିବାବେଳେ ପୋଲିସ ସେମାନଙ୍କ ରାଲି କୁ ଭଣ୍ଡୁର କରିବା ସହ ଶତାଧିକ କର୍ମୀଙ୍କୁ ଗିରଫ କରିନେଇଛନ୍ତି। ଫରେଷ୍ଟ ପାର୍କରୁ ରାଲିରେ ବାହାରିଛି ଛାତ୍ର କଂଗ୍ରେସ। ଆଉ ଏହି ରାଲିରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ସାମିଲ ହୋଇଛନ୍ତି। ଯେପର୍ଯ୍ୟନ୍ତ ସରକାର ଦୋଷୀମାନଙ୍କୁ ସୁରକ୍ଷା ଦେଉଥିବେ ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ ପ୍ରକାଶ କରିଛନ୍ତି।

Leave a comment