ଜେଲର କେଇ ଘଣ୍ଟା ପରେ ମିଳିଲା ବେଲ
ଆଜି କଟକ ବାରବାଟି ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମ୍ ଙ୍କୁ ORHDC ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ମାତ୍ର ଜେଲ ଦଣ୍ଡାଦେଶ ଶୁଣାଇବାର କେଇ ଘଣ୍ଟା ପରେ ମୋକିମ୍ ଙ୍କୁ ଵେଲ ମିଲଯାଇଥିବା ଖବର ଜଣାପଡିଛି ।
ପ୍ରକାଶ ଯେ, ଏହି ମାମଲାରେ ମୋକିମ୍ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ ।
ଏଥିସହ କଂପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡାଦେଶ । ଏହାସହ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ବି ୩ ବର୍ଷ ଜେଲ୍ । ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ORHDC ଏମ୍ଡି ଥିବା ବେଳେ ଋଣ ଦେଇଥିଲେ ବିନୋଦ କୁମାର । ମେଟ୍ରୋ ବିଲଡର୍ସକୁ ୧୫୦ ଲକ୍ଷ ଟଙ୍କାର ଋଣ ଦେଇଥିଲା ORHDC ।