ପ୍ରକାଶ ପାଇଲା କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାରରେ ପଛରେ ରହିଯାଇଥିବା କଂଗ୍ରେସ ଆଜି ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ପସିସି ସଭାପତି ଘୋଷଣା କରିଥିଲେ କି ବାହୁଡା ଯାତ୍ରା ପରେ କଂଗ୍ରେସ ପାଟକୁରାରେ ନିଜ ପ୍ରଚାର କାର୍ଯ୍ୟ ଆରମ୍ଭ କରିବ । ଏହି ପ୍ରଚାର କାର୍ଯ୍ୟକୁ ନେଇ ଗତକାଲି ବୈଠକରେ ରୋଡ ମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇଥିଲା । ଆଜି ରାଜ୍ୟ କଂଗ୍ରେସ ନିର୍ବାଚନ କମିଶନଙ୍କ ପାଖରେ ନିଜର ଷ୍ଟାର ପ୍ରଚାରକ ତାଲିକା ଦାଖଲ କରିଛି । ଏହି ତାଲିକା ଅନୁଯାୟୀ କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ : ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ, ଅତିରିକ୍ତ ପ୍ରଭାରୀ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ, ସହପ୍ରଭାରୀ ଜି.ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ମହମ୍ମଦ ମୋକିମ୍, ଡ. ସିଏସ ରାଜନ୍ ଏକ୍କା ଓ ସାଂସଦ ସପ୍ତଗିରି ଉଲାକା ସ୍ଥାନ ପାଇଛନ୍ତି ।

ସେହିପରି ଏମାନଙ୍କ ବ୍ୟତୀତ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିିଆ, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ଭକ୍ତ ଚରଣ ଦାସ, ରଞ୍ଜୀବ ବିଶ୍ୱାଳ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା, ଧରଣୀଧର ନାୟକ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡା, ସସ୍ମିତା ବେହେରା, ଭୁଜବଳ ମାଝୀ, ବିରେନ୍ ସେନାପତି, ହମିଦ୍ ହୁସେନ୍, ଶୁଭେନ୍ଦୁ ମହାନ୍ତି, ସତ୍ୟପ୍ରକାଶ ନାୟକ, ଅରିନ୍ଦମ ସର୍ଖେଲ, ଜ୍ଞାନଦେବ ବେହୁରା, ଅମିୟ ପାଣ୍ଡବ ଓ ମନୀଷା ତ୍ରିପାଠୀ ପ୍ରମୁଖ ରହିଛନ୍ତି ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ସୂଚନା ଦେଇଛନ୍ତି ।

Leave a comment