କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା , ବେଗୁନିଆରୁ ଲଡିବେ ପୃଥ୍ଵୀବଲ୍ଲଭ, କଟକରୁ ପଞ୍ଚାନନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ରାତି ପ୍ରାୟ ଗୋଟାଏ ସମୟରେ କଂଗ୍ରେସ ତରଫରୁ ୨ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।

କଂଗ୍ରେସର ୨ ଲୋକସଭା ପ୍ରାର୍ଥୀ ହେଲେ:

ଯାଜପୁର: ମାନସ ଜେନା

କଟକ: ପଞ୍ଚାନନ କାନୋନଗୋ

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ହେଲେ:

ବାଲେଶ୍ଵର: ମାନସ ଦାସ ପଟ୍ଟନାୟକ

ଧର୍ମଶାଳା: ସ୍ମୃତି ରେଖା ପାଢ଼ୀ

ଯାଜପୁର: ସନ୍ତୋଷ କୁମାର ନନ୍ଦ

ହିନ୍ଦୋଳ: ତ୍ରିନାଥ ବେହେରା

କାମାକ୍ଷାନଗର: ଭବାନୀ ଶଙ୍କର ମହାପାତ୍ର

ବଡମ୍ବା: ବବି ମହାନ୍ତି

ପାରାଦୀପ: ଅରିନ୍ଦମ ସେର୍କେଲ

ପିପିଲି: ଯୁଧିଷ୍ଠିର ସାମନ୍ତରାୟ

ବେଗୁନିଆ: ପୃଥ୍ଵୀବଲ୍ଲଭ ପଟ୍ଟନାୟକ

ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ରକୁ ବେଗୁନିଆରୁ ପ୍ରାର୍ଥୀ କରାଯାଇଛି । କିଛିଦିନ ତଳେ ପୃଥ୍ଵୀବଲ୍ଲଭ କହିଥିଲେ, ବେଗୁନିଆବାସୀ ସେ ନିର୍ବାଚନ ଲଢନ୍ତୁ ବୋଲି ଚାହୁଁଛନ୍ତି । ପରେ ପସିସି ସଭାପତି ନିରଞ୍ଜନ ପୃଥ୍ଵୀବଲ୍ଲଭ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନୁହନ୍ତି ବୋଲି କହିଥିଲେ । ଶେଷରେ ପୃଥ୍ଵୀବଲ୍ଲଭ ବେଗୁନିଆରୁ ପ୍ରାର୍ଥୀ ହେବ ସ୍ଥିର ହୋଇଛି ।

Leave a comment