ମେୟର ଓ କର୍ପୋରେଟରଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦ, ଦୁର୍ଗାପୂଜା ସମିତି ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମିଳିତ ଭାବେ ନବନିର୍ବାଚିତ ମେୟର ସୁଲୋଚନା ଦାସ ଓ ୧୧ ନମ୍ବର କର୍ପୋରେଟର ପ୍ରଭାସିନୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉନ୍ନୟନ ପରିଷଦ ତଥା ବରିଷ୍ଠ ନାଗରିକ ମଞ୍ଚର ସଭାପତି କୃପାସିନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନାସଭାରେ ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ମେୟର ଶ୍ରୀମତୀ ଦାସ ଉନ୍ନୟନ କାର୍ଯ୍ୟ ପାଇଁ ମହାନଗର ନିଗମ ଅଧିବାସୀମାନଙ୍କର ସହଯୋଗ କାମନା କରିଥିଲେ । ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ମଞ୍ଚ ପରିଚାଳନା କରିଥିବାବେଳେ ଦୁର୍ଗା ପୂଜା ସମିତିର ସଭାପତି ଆର୍ତ୍ତତ୍ରାଣ ଦଳାଇ, ସାଧାରଣ ସମ୍ପାଦକ ଶୀତଳ ଚନ୍ଦ୍ର ମହାନ୍ତି ଅତିଥୀ ପରିଚୟ ପ୍ରଦାନ ଓ ପ୍ରସନ୍ନ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment