ସ୍ତମ୍ଭକାର ଆର୍ତ୍ତ ମିଶ୍ରଙ୍କୁ ନାରଦ ସମ୍ମାନ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅର୍ଦ୍ଧ ଶତାବ୍ଦୀର ସାମ୍ବାଦିକତା ଓ ସ୍ତମ୍ଭ ରଚନା ସମୟ ମଧ୍ୟରେ ତିନି ଦଶନ୍ଧି ଇଂରାଜୀ ଭାଷାରେ ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ଭାଷାରେ ସାଧନା ଜାରି ରଖିଥିବା ସ୍ତମ୍ଭକାର ଆର୍ତ୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଓ ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ନିମନ୍ତେ ବିଶ୍ୱ ସମ୍ବାଦକେନ୍ଦ୍ର, ଓଡିଶା ତରଫରୁ ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ନାରଦ ସମ୍ମାନରେ ବିଭୂଷିତ କରାଯାଇଛି ।

ବରିଷ୍ଠ ସ୍ତମ୍ଭଲେଖକ ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଶିଷ୍ଟ ସାହିତ୍ୟିକ ଡ. ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ସମ୍ପର୍କ ପ୍ରମୁଖ ଆଡ୍ଭୋକେଟ ସର୍ବେଶ୍ୱର ବେହେରା ମୁଖ୍ୟବକ୍ତାଭାବେ ଯୋଗଦେଇ ଶ୍ରୀ ମିଶ୍ରଙ୍କୁ ମାନପତ୍ର, ଉତ୍ତରୀୟ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ ।

Leave a comment