ଚିନ୍ତା ବଢାଉଛି ଟମାଟୋ ଫ୍ଲୁ’

0

ନୂଆଦିଲ୍ଲୀ : କରୋନା ଭୁତାଣୁ ପରେ ଏବେ ଚିନ୍ତା ବଢାଉଛି ଟମାଟୋ ଫ୍ଲୁ । ଆପଣମାନେ ଭାବୁଥିବେ ଟମାଟୋ ଖାଇବା ଦ୍ୱାରା ଏହି ରୋଗ ବ୍ୟାପୁଛି ହେଲେ ଏହା ସମ୍ପୁର୍ଣ୍ଣ ଭାବେ ଭୁଲ ଅଟେ । କାରଣ ଏହି ରୋଗରେ ଛୋଟ ପିଲାଙ୍କ ଦେହରେ ନାଲି ହୋଇ ଠିକ୍ ଟମାଟୋ ପରି ଫୁଲି ଯାଉଛି ଯାହାଫଳରେ ଏହାକୁ ଟମାଟୋ ଫ୍ଲୁ ଭାବେ କୁହାଯାଉଛି । ଏହି ରୋଗ ସହ ଟମାଟୋର କୌଣସି ସମ୍ପର୍କ ନାହିଁ । ସାରା ଦେଶରେ ବର୍ତ୍ତମାନ ଏହି ରୋଗ କୁ ନେଇ ଆଲର୍ଟ ଜାରୀ କରାଯାଇଛି । କାରଣ ଏହି ରୋଗରେ ପିଲାମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି।

ଚର୍ମ କୁଣ୍ଡାଇ ହେବା ସହ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି ଏହା ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆକ୍ରାନ୍ତ କରୁଛି। କେବଳ ଏତିକି ନୁହେଁ ଟମାଟୋ ଫ୍ଲୁ ଯୋଗୁଁ କିଛି କିଛି ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ଦେହ ଘୋଳାବିନ୍ଧା ସହ ଆଣ୍ଠୁ ଗଣ୍ଠି ଫୁଲିଯାଉଥିବା କୁହାଯାଇଛି । ଏହାର ଲକ୍ଷଣ ଚିକୁନଗୁନିଆ ସହ ମିଶୁଥିବା ମଧ୍ୟ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ତେବେ ଏହି କ୍ଷେତ୍ରରେ ପିଳାଙ୍କ ସ୍ୱାସ୍ଥ୍ୟପତ୍ର ସଚେତନ ହେବା ସହ ଅଭିଭାବକ ମାନେ ଅଧିକ ଯତ୍ନ ନେବାକୁ କୁହାଯାଇଛି । କେରଳ ଓ ତାମିଲନାଡୁରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇଛି । କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ ହୋଇଛି।

Leave a comment