ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

0

ଧର୍ମଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ସ୍କୁଲରେ ମୋଟ ୪୧୧ ଛାତ୍ରଛାତ୍ରୀ ଥିବାବେଳେ ସ୍କୁଲରେ ମାତ୍ର ସାତ ଜଣ ଶିକ୍ଷକ ଅଛନ୍ତି।

ଶିକ୍ଷା ଅଧିକାର ନିୟମ ୩୦:୧ ଅନୁଯାୟୀ ଅତି କମରେ ୧୪ଜଣ ଶିକ୍ଷକ ନିଯୁକ୍ତି ଦେବା କଥା। କିନ୍ତୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବା ବଦଳରେ ବରଂ ଏହି ସ୍କୁଲରୁ ଶିକ୍ଷା ବିଭାଗ ଶିକ୍ଷକ ଅପସାରଣ କରିବାରେ ଲାଗିଛି । ଯାହାକୁ ଶିକ୍ଷା କମିଟି ବିରୋଧ କରିବା ସହ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛି । ଶିକ୍ଷକ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ପ୍ରଦର୍ଶନ କରାଯିବ ବୋଲି କମିଟି ପ୍ରକାଶ କରିଛି ।

Leave a comment