ଲକ୍ଷ୍ମୀସାଗର ଥାନା କରିତକର୍ମା ଏସ.ଆଇଙ୍କ ଦବଙ୍ଗଗିରି, ଗଡ଼ି ଚଢାଇବାକୁ ଦେଲେ ଧମକ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ଷ୍ମୀସାଗର ଏସ.ଆଇ ରାଉତ ବାବୁ ଆତଙ୍କବାଦୀଙ୍କ ପରି ଉଠାଇନେଲେ ଜଣେ ୧୩ ବର୍ଷର ନାବାଳକକୁ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବ୍ରାଉନସୁଗର ଠାରୁ ଆରମ୍ଭ କରି ଅନେକ ଦୁର୍ଦାନ୍ତ ଅପରାଧୀଙ୍କ କବଜାରେ ଥିବାବେଳେ ପୋଲିସ ହାତ ବାନ୍ଧି ବସିଛି । ମାତ୍ର ଗୋଟେ ନାବାଳକକୁ ପୋଲିସ ଷ୍ଟେସନକୁ ଉଠାଇ ନେଇ ନିଜ ଦବଙ୍ଗଗିରି ଦେଖାଇଛନ୍ତି ଏସ.ଆଇ ରାଉତ ବାବୁ। ବାପାଙ୍କ ଶରୀର ଅସୁସ୍ଥ ଥିବାରୁ ନାବାଳକ ଟି ପୂଜାସମଗ୍ରୀ ଦୋକାନ ଖୋଲି ଥିଲା । ପିଲାଟିର ଭୁଲ ହେଲା ଏତିକି ଯେ ରାତି ୮ଟାରେ ନାଇଟ କର୍ଫ୍ୟୁକୁ ଦୃଷ୍ଟି ରେ ଦୋକାନ ବନ୍ଦ କରିବା ସମୟରେ କିଛି ମିନିଟ ବିଳମ୍ବ ହୋଇଯାଇଥିଲା । ଏହି ସମୟରେ ଲକ୍ଷ୍ମୀସାଗର ପୋଲିସର ପିସିଆର ଗାଡ଼ି ସେଠାରେ ପହଞ୍ଚି ନାବାଳକଟିକୁ ସେଠାରୁ ଉଠାଇ ଥାନାକୁ ନେଇଯାଇଥିଲେ । କାଣି ବିରାଡ଼ି ର କୁଜି ଅସରପା ଉପରେ ଭାଉ ଦେଖାଇଲା ଭଳି ଘଟଣାକୁ ଦେଖି ଏହାର ପ୍ରତିବାଦ କରି ଷ୍ଟେସନ ବଜାର ବ୍ୟବସାୟୀ ସଂଘର କିଛି ଭଦ୍ର ବ୍ୟକ୍ତି ଥାନାକୁ ଯାଇ ଆଇ.ଆଇ.ସି ଙ୍କୁ ନାବାଳକ କୁ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ । ମାତ୍ର ସେଠାରେ ଆଇ.ଆଇ.ସି ବାବୁ ଚୁପ ଥିଲା ବେଳେ ଏସ.ଆଇ ରାଉତ ବାବୁ ସେମାନଙ୍କ କଥା ଶୁଣିବା ବଦଳରେ ତାଙ୍କୁ ଥାନା ଛାଡ଼ି ତୁରନ୍ତ ପଳାଇବାକୁ କହିବା ସହ ତାଙ୍କ ଉପରେ ଗଡ଼ି ଚଢାଇ ଦେବାକୁ ଧମକ ଦେବାକୁ ମଧ୍ୟ ପଛାଇ ନଥିଲେ । ସେ ନିଜକୁ ଲକ୍ଷ୍ମୀସାଗର ଥାନାର ସେ ମୁଖ୍ୟ ଭାବେ ଦର୍ଶାଇଥିଲେ ।

ଲକ୍ଷ୍ମୀସାଗର ଥାନା ଏସ.ଆଇ ବାବୁଙ୍କ ଏପରି କାର୍ଯ୍ୟକଳାପ କୁ ନେଇ ଆଜି ଷ୍ଟେସନ ବଜାର ବ୍ୟବସାୟୀ ସଂଘ ଏବଂ ଷ୍ଟେସନ ବଜାର ପୂଜା କମିଟି ର ସଦସ୍ୟ ମାନେ ଭୁବନେଶ୍ୱର ଡ଼ି.ସି.ପି ଙ୍କୁ ଭେଟି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଡ଼ି.ସି.ପି ସମସ୍ତ ଘଟଣା ଶୁଣିବା ପରେ ଏହାର ତୁରନ୍ତ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଘଟଣାର ତୁରନ୍ତ ସମାଧାନ ନ କରାଗଲେ ଏହା ଆନ୍ଦୋଳନର ରୂପ ନେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ସେମାନେ ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି, ଷ୍ଟେସନ ପାଖ ଅଞ୍ଚଳରେ ଅଧରାତି ପର୍ଯ୍ୟନ୍ତ ଡାନ୍ସ ବର ଖୋଲା ରହୁଥିବା ବେଳେ ରାତି ୩ଟା ପର୍ଯ୍ୟନ୍ତ ଚୋରା ମଦ କାରବାର ହେଉଛି । ପୋଲିସ କୁ ଏହା କିପରି ଦେଖାଯାଉନାହିଁ । ସେମାନଙ୍କ ଠାରୁ ମାସିକିଆ ବଟି ନେବା ସହ ଖାଇବା ପିଇବା ଫ୍ରି । ତେଣୁ ସବୁ ଜାଣି ଧୃତରାଷ୍ଟ୍ର ସାଜିଛି ପୋଲିସ । ସେହିପରି କିଛିଦିନ ତଳେ ଜଣେ ଯୁବକକୁ ଷ୍ଟେସନ ପାଖ ବସ୍ତି ର କିଛି ଅସାମାଜିକ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ମଧ୍ଯ ହୋଇଥିଲା ହେଲେ ପୋଲିସ ସେମାନଙ୍କୁ ଖୋଜିବା ତ ଦୂରର କଥା କିଛି ଘଟଣା ନଘଟିଥିବା ପରି ଚୁପ ବସି ପଡ଼ିଲା । ଏତେ ବଡ ବଡ ଘଟଣାରେ ଚୁପ ରହୁଥିବା ପୋଲିସ ଆଜି ଗୋଟେ ନାବାଳକ କୁ ଥାନାକୁ ଉଠେଇ ନେଇ ନିଜ ଦବଙ୍ଗଗିରି ର ପରିଚୟ ଦେଇଛି କହି ଅନେକ ଏହାର ନିନ୍ଦା କରିଛନ୍ତି ।

Leave a comment