ଅପରାଜିତା ଅହଂକାରରେ ସାଙ୍ଗଠନିକ ବ୍ୟବସ୍ଥାକୁ କରୁଛନ୍ତି ପଦାଘାତ ଓ ଦଳୀୟ କାର୍ଯ୍ୟକାର୍ତ୍ତଙ୍କୁ ଦେଇଛନ୍ତି କିରାଣୀ ମାନ୍ୟତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପିରେ ଅନ୍ତଃକନ୍ଦଳ । ଏହା ଏବେ ବିଦ୍ରୋହର ରୂପ ନେବା ଆରମ୍ଭ ହୋଇଗଲାଣି । କିଛିଦିନ ପୂର୍ବେ ଯିଏ ରାଜ୍ୟ ବିଜେପିର ସେରୋମଣି ଥିଲେ ଆଜି ତାଙ୍କ ଦେହରେ ଲାଗିଛି ଅନ୍ତଃକନ୍ଦଳର ସୂତ୍ରଧାର ପରି କଳଙ୍କ । ନିର୍ବାଚନ ପୂର୍ବରୁ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇ ବିଜେପିରେ ଯୋଗଦାନ କରି ରାଜନୀତିରେ ପଦ ଥାପିଥିଲେ । ତାଙ୍କୁ ପାଇ ରାଜ୍ୟ ବିଜେପି ନିଜକୁ ଖୁବ ଗର୍ବିତ ମନେ କରିଥିଲେ । ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଭାବେ ବିଜେପିରୁ ଟିକେଟ ପାଇ ଅପରାଜିତା ୨୦୧୯ ସାଧାରଣ ନିର୍ବାଚନ ଲଡିଥିଲେ ଓ ନିଜ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ । ନିର୍ବାଚନ ପୂର୍ବରୁ ସାଂସଦ ଅପରାଜିତା ସାଧାରଣ ଜନତାଙ୍କ ପାଖକୁ ଯାଇ ତାଙ୍କ ସହ ନିଜ ସୁସମ୍ପର୍କ ସ୍ଥାପନ କରିଥିଲେ । ଯାହାକି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କାରବାର ସହାୟକ ହୋଇଥିଲା । ମାତ୍ର ଏବେ କିଛି ରାଜ୍ୟ ବିଜେପି ନେତା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ବିଜେପିର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏଭଳି ଅଭିଯୋଗ କରିବା ସହ ଜିଲ୍ଲାର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ ଏକ ଲିଖିତ ଅଭିଯୋଗ ବିଜେପି ସାଧାରଣ ସମ୍ପାଦକଙ୍କୁ ପଠାଇଥିବା ସମ୍ନାକୁ ଆସିଛି । ଏହି ଚିଠିଟି ଗତ ଜୁନ୍ ମାସରେ ଲେଖା ଯାଇଥିଲା । ଏହି ଅଭିଯୋଗ ମୁତାବକ:

୧. ଭୁବନେଶ୍ୱର ସାଂସଦ ଅପରାଜିତା ବିଜେପିର ନୀତି ଆଦର୍ଶକୁ ଅବମାନନା କରି ଦଳକୁ ଅଡୁଆରେ ପକାଉଛନ୍ତି ।
୨. କିଛି ଅପରାଧିକ ପୃଷ୍ଟଭୂମି ଥିବା ବ୍ୟକ୍ତିଙ୍କୁ ନିଜସହ ସାମିଲ କରି ‘ଟିମ ଅପରାଜିତା’ ନାମରେ ଏକ ସଙ୍ଗଠନ ଗଢିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ।
୩. ସାଙ୍ଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ମଣ୍ଡଳୀକୁ ପଦାଘାତ କରିବା ପାଇଁ ଷଡ଼ଯନ୍ତ୍ର କରିବା, ବିଭିନ୍ନ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ନଦେଇ ନିଜର ଅହଂକାର ପ୍ରଦର୍ଶନ କରୁଛନ୍ତି ଅପରାଜିତା ।
୪. ଦଳୀୟ କାର୍ଯ୍ୟକାର୍ତ୍ତଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଥିବା ନେଇ ଅପରାଜିତାଙ୍କ ନାଁରେ ଅଭିଯୋଗ ହୋଇଛି ।

ଏହିପରି ଅନେକ ଲିଖିତ ଅଭିଯୋଗ ଭୁବନେଶ୍ୱର ଜିଲ୍ଲା ବିଜେପି ତଥା, ଜିଲ୍ଲା ସଭାପତି ହରୋକୃଷ୍ଣ ଖୁଣ୍ଟିଆ, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ଦିଲ୍ଲୀପ ମହାନ୍ତି, ୩ଜଣ ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ଜିଲ୍ଲାର ଉପସଭାପତିଙ୍କ ସହ ବିଭିନ୍ନ ବିଜେପି ନେତା ଓ କର୍ମକର୍ତ୍ତା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତିଙ୍କ ପାଖକୁ ପଠାଇ ଦିଆଯାଇଛି ।

Leave a comment