ରଜ ପାଇଁ କମିଶନରେଟ ପୁଲିସର ସତର୍କତା ଜାରି
(ଓଡ଼ିଶାଫାଷ୍ଟ ବ୍ୟୁରୋ): କୋଭିଡ୍ କାଳରେ ଆସୁଛି ପର୍ବ ରଜ । ତେଣୁ ଟ୍ୱିନ୍ ସିଟିରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ରଜ ପାଇଁ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସତର୍କତା ଜାରି କରିଛନ୍ତି । ରଜ ଉପଲକ୍ଷେ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ରଜ ସମୟରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ପୋଷାକ ଦୋକାନ ଖୋଲା କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହି ଭଳି ଦୋକାନ ଖୋଲାଥିବା ଦେଖିବାକୁ ପାଇଲେ ସେ ସବୁକୁ ସିଲ୍ କରିଦିଆଯିବ । ଖାଲି ସେତିକି ନୁହେଁ ଏହି କାର୍ଯ୍ୟାନୁଷ୍ଠାନ ଆଧାରରେ ଦୋକାନ ଖୋଲା ରଖିଥିବା ଦୋକାନୀଙ୍କୁ ଦରକାର ପଡିଲେ ଗିରଫ ମଧ୍ୟ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।