କମିଶନରେଟ ପୋଲିସ ବଢାଇଲା ସହାୟତାର ହାତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ଲକ ଡାଉନ ନିୟମ କୋହଳ କରିବା ପରେ ଟ୍ରେନ ସେବା ଆରମ୍ଭ କରାଯାଇଛି । ଆଜି କିଛି ବନରସର ବାସିନ୍ଦା ଭୁବନେଶ୍ୱରରୁ ନିଜ ଘରକୁ ଫେରିବାକୁ ଷ୍ଟେସନ ଅଭିମୁଖେ ଯାତ୍ରା କରୁଥିଲେ । ଏହା ଦେଖି କିଛି ସ୍ଥାନୀୟ ଲୋକ ଲକ୍ଷ୍ମୀସାଗର ପୋଲିସକୁ ସୂଚନା ଦେଇଥିଲେ ।

ଲକ୍ଷ୍ମୀସାଗର ପୋଲିସ ତୁରନ୍ତ ସେ ସ୍ଥାନରେ ପହଞ୍ଚି ଜାଣିବାକୁ ପାଇଥିଲା କି ସେମାନଙ୍କର ୨୦ତାରିଖର ଟ୍ରେନ ଟିକେଟ ହୋଇଛି । ତେଣୁ ୨୦ତାରିଖ ପର୍ଯ୍ୟନ୍ତ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ପାଇଁ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ ସେମାନଙ୍କୁର ସୁଲଗଡ଼ ଆଶ୍ରମ ସ୍କୁଲରେ ଛାଡିବା ସହ ସେମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରିଦେଇଥିଲେ । ଏହି ଖବର ପ୍ରଚାର ହେବାପରେ ସମସ୍ତେ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a comment