ଦୀପାବଳୀ ପାଇଁ କମିସନରେଟ୍ ପୋଲିସର ମାର୍ଗଦର୍ଶିକା ଜାରି; ରାତି ୧୦ଟା ପରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ

0

ଆସୁଛି ଆଲୋକର ପର୍ବ ଦୀପାବଳୀ । ସବୁଠି ଜୋରଦାର ପ୍ରସ୍ତୁତି । ଏବେଠୁ ବାଣ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଏନେଇ ଦୀପାବଳୀ ପୂର୍ବରୁ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ କୁହାଯାଇଛି ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି ।

ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୨୫ ଡେସିବେଲ ରୁ ଅଧିକ ଶଦ୍ଦର ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।

ଦୀପାବଳୀରେ ଦୀପ ଜାଳି , ସବୁଜ ବାଣ ଫୁଟାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ଘରେ ରହି ଗ୍ରୀନ୍ ଦିଓ୍ବାଲି ମନାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ବାୟୁ ଏବଂ ଶଦ୍ଦ ପ୍ରଦୂଷଣକୁ ଆଖି ଆଗରେ ରଖି କିଛି ନିର୍ଦ୍ଦିଷ୍ଟ ବାଣ ଉପରେ ସୁପ୍ରମିକୋର୍ଟ କଟାକଣା ଲଗାଇଛନ୍ତି । ତେଣୁ ଜନ ସାଧାରଣଙ୍କୁ ସବୁଜ ବାଣ ଫୁଟାଇବାକୁ ଅପିଲ କରାଯାଇଛି । ବେଆଇନ ବାଣ ଫୁଟାଇବା ରୋକିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a comment