“ପୋଲିସ ସେବା ଭବନ” ନାମରେ ନାମିତ ହେବ କମିଶନରେଟ ପୋଲିସ୍ ମୁଖ୍ୟାଳୟ

0

ଓଡିଶା ଫାଷ୍ଟ ( ବ୍ୟୁରୋ ) : କମିଶନରେଟ୍ ପୋଲିସକୁ 12 ବର୍ଷ ପୂର୍ତ୍ତି ଅବସରରେ  କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ ବୋଲି ଘୋଷମା କରାଯାଇଛି।  ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଛନ୍ତି । କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ଅବସରରେ 300 ମହିଳାଙ୍କୁ ନେଇ ଡିଜିପି ଅଭୟ ଏସପିଓ ୟୁନିଟର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଡିଜିପି କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ମୋ ସରକାର ଯୋଜନାରେ ଭଲ ଫିଡବ୍ୟାକ୍ ମିଳୁଛି। ପୋଲିସ କଠିନ ପରିଶ୍ରମ କରୁଛି, ଜନସାଧାରଣଙ୍କୁ ସେବା ଯୋଗାଉଛି।

ନୂତନ ବର୍ଷ 2020 ରେ କମିଶନରେଟ୍ ପୋଲିସ ପାଇଁ 4 ଟି ମୁଖ୍ୟ ଚ୍ୟାଲେଞ୍ଜ ରହିଛି ବୋଲି ଡଃ ସୁଧାଂଶୁ ଷଡଙ୍ଗୀ ଗତ ବୁଧବାର କହିଥିଲେ। ଏହି 4 ଟି ମୁଖ୍ୟ ଚ୍ୟାଲେଞ୍ଜ ହେଉଛି- 1. ସଂଗଠିତ ଅପରାଧ ଦମନ, ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ। ଦାଦାଗିରି, ଗୁଣ୍ଡାଗର୍ଦ୍ଦି, ଭାଇଗିରି ଆଦୈା ବରଦାସ୍ତ କରାଯିବ ନାହିଁ। 2- ଟ୍ଵିନ୍ ସିଟିରେ ଇଲେକ୍ଟ୍ରୋନିକ ସରଭିଲାନ୍ସ କଡାକଡି କରାଯିବ। ଭୁବନେଶ୍ଵରର ଅନେକ ସ୍ଥାନରେ ଏହି ବ୍ୟବସ୍ଥା ବଢାଯିବ। କଟକରେ ନିଜସ୍ଵ ଉଦ୍ୟମରେ ଏଥିପାଇଁ ସେଟ୍ ଅପ୍ ମଧ୍ୟ କରାଯାଉଛି । ତୃୟୀୟଟି ହେଉଛି  ଟ୍ରାଫିକ୍ ସମସ୍ୟା କଡାକଡି କରାଯିବ। ଜୟଦେବ ବିହାର, ନନ୍ଦନକାନନ ରୋଡର ସମସ୍ୟା ଦୂର ପାଇଁ ଯୋଜନା କରାଯାଉଛି । ରାଜମହଲରୁ ଏଜି ଛକ ରାସ୍ତା ସମସ୍ୟା ବି ଫୋକସରେ ଅଛି । ଟେକ୍ନୋସେଭି ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି 4ର୍ଥଟି ହେଉଛି  କମିଶନରେଟ ପୋଲିସର “ଉଇ କେୟାର ଉଇ ଡେୟାର” ସ୍ଲୋଗାନ୍ ପରିବର୍ତ୍ତନ କରାଯିବ । “ଆପଣଙ୍କ ପୋଲିସ୍ ଆପଙ୍କ ପାଇଁ ଉଦ୍ଦିଷ୍ଟ” ସ୍ଲୋଗାନ ରଖାଯିବ ବୋଲି ସୁଧାଂଶୁ ଷଡଙ୍ଗୀ ଗତ ବୁଧବାର କହିଛନ୍ତି ।

Leave a comment