କମ୍‌ବ୍ୟାକ୍‌ କରିବେ କମେଡି କିଙ୍ଗ୍‌!

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ)-ଖୁବ୍‌ ଶୀଘ୍ର କିଛି ନୂଆ ଦେଖିବାକୁ ମିଳିବ ବୋଲି ଏକ ଫ୍ୟାନ୍‌ଙ୍କ ଟ୍ବିଟରେ ରିପ୍ଲାଏ କରିଛନ୍ତି କମେଡି କିଙ୍ଗ୍‌ କପିଲ ଶର୍ମା। କପିଲଙ୍କର ଏହି ଟ୍ବିଟ୍‌ ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କେହି ତାଙ୍କ ଦୀର୍ଘାୟୁ କାମନା କରିବା ସହ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଥିବା ବେଳ କେହି କେହି ତାଙ୍କର ଗୋଟିଏ ଝଲକ ଦେଖିବାକୁ ଚାହିଁ ବସିଥିବା ଟ୍ବିଟ କରିଛନ୍ତି। ଫ୍ୟାନ୍ସଙ୍କ ବହୁ ଟ୍ବିଟ୍‌ରେ କପିଲ ନିଜ ଅନ୍ଦାଜରେ ଜବାବ ବି ଦେଇଛନ୍ତି।

ସୂଚନାଥାଉ କି, ସୋନି ଚ୍ୟାନେଲରେ କମେଡି କିଙ୍ଗଙ୍କ ଶୋ ‘କମେଡି ନାଇଟ୍ସ ଓ୍ବିଥ୍‌’ କପିଲ ବନ୍ଦ ହେବା ପରେ ‘ଫ୍ୟାମିଲି ଟାଇମ୍‌ ଓ୍ବିଥ୍‌ କପିଲ’ ଶୋ ଆସିଥିଲା। ମାତ୍ର କପିଲଙ୍କର ଶାରୀରିକ ଅସୁସ୍ଥତା ଯୋଗୁ ଅଳ୍ପ କେତୋଟି ଏପିଶୋଡ ପରେ ଏହି ଶୋ ବି ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ସେ ଦୀର୍ଘଦିନ ଧରି ମିଡିଆ ଓ ସୋସିଆଲ ମିଡିଆରୁ ଦୂରରେ ରହିଥିଲେ। ଗୁରୁବାର ରାତିରେ ଟ୍ବିଟରରେ ତାଙ୍କର ଏହି ମେସେଜ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।

Leave a comment