ଭାଙ୍ଗିଲା ସମସ୍ତ ବେସରକାରୀ ଡିଗ୍ରି କଲେଜର ପରିଚାଳନା କମିଟି
ଓଡିଶା ଫାଷ୍ଟ( ବ୍ୟୁରୋ): କଲେଜ ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗିଛନ୍ତି ରାଜ୍ୟ ସରକାର । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି ରାଜ୍ୟ ସରକାର । ଏବେ ଏଡିଏମ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସେହିଭଳି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜ ଗୁଡିକରେ ଉପ-ଜିଲ୍ଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ । ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି । ଗତକାଲି କଲେଜର ପରିଚାଳନା ପରିଷଦରେ କୌଣସି ନେତା କି ସ୍ଥାନୀୟ ବିଧାୟକ ରହିବେ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଥିଲେ ।