ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନଡ଼ିଆ ତେଲ : ଏହି ୧୦ଟି ରୋଗରୁ ମିଳିବ ମୁକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିବର୍ଷ ସେପ୍ଟେମ୍ବର ୨ତାରିଖରେ ଆନ୍ତର୍ଜାତୀୟ ନଡ଼ିଆ ଦିବସ କିମ୍ବା ବିଶ୍ବ ନଡ଼ିଆ ଦିବସ ପାଳନ କରାଯାଇଥାଏ। ସମଗ୍ର ବିଶ୍ବ ନଡ଼ିଆର ଗୁଣ ଏବଂ ଗୁରୁତ୍ବକୁ ବୁଝି ସାରିଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ପାଣିଠୁ ଆରମ୍ଭ କରି ଫଳ ଏବଂ ଏହାର ତେଲ ଯାଏଁ ସବୁ ଜିନିଷ ଆମକୁ ସୁସ୍ଥ କରିଥାଏ। ଦକ୍ଷିଣ ଭାରତରେ ନଡ଼ିଆ ତେଲରେ ଲୋକେ ଖାଦ୍ୟ ରୋଷେଇ କରିଥାନ୍ତି। ଯଦି ଆପଣ ବି ସୁସ୍ଥ ଜୀବନଶୈଳୀ ଚାହୁଁଛନ୍ତି ତେବେ ନିଜ ଡାୟେଟରେ ନଡ଼ିଆ ତେଲ ସାମିଲ କରନ୍ତୁ। ଖାଇବାରେ ନଡ଼ିଆ ତେଲ ସାମିଲ କରିବା ଦ୍ବାରା ଆପଣଙ୍କୁ ହୃଦୟଠୁ ନେଇ ପାଚନ ତନ୍ତ୍ର ଯାଏଁ ଅନେକ ରୋଗରୁ ଫାଇଦା ମିଳିଥାଏ।
ଆସନ୍ତୁ ବିଶ୍ବ ନଡ଼ିଆ ଦିବସରେ ଜାଣିବା ଏହାର ଗୁଣ ବିଷୟରେ

ନଡ଼ିଆ ତେଲ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ ଏବଂ କାଶ-ଥଣ୍ଡା ସମେତ ଅନେକ ଭାଇରାଲ୍ ରୋଗରୁ ଆମକୁ ବଞ୍ଚାଇଥାଏ। ନଡ଼ିଆ ତେଲ ଶରୀରରେ ପ୍ରବେଶ କରୁଥିବା ଖରାପ ବ୍ୟାକ୍ଟେରିଆ ସହ ଲଢ଼ିଥାଏ ଏବଂ ପେଟକୁ ମଧ୍ୟ ସଂକ୍ରମଣରୁ ରକ୍ଷା କରିଥାଏ।
ନଡ଼ିଆ ତେଲକୁ ଡାୟେଟରେ ସାମିଲ କରିବା ଦ୍ବାରା ଆପଣ ମେଦବହୁଳତାର ଶିକାର ହୋଇନଥାନ୍ତି। ଏହା ବ୍ୟବହାର କରିବା ଦ୍ବାରା ମେଟାବଲିଜମ ଠିକ୍ ରହିଥାଏ ଏବଂ ଖୁବ୍ ଶୀଘ୍ର ଫ୍ୟାଟ୍ ବର୍ଣ୍ଣ ହୋଇଥାଏ। ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଫ୍ୟାଟ୍ ବର୍ଣ୍ଣ ହେବା ଜରୁରୀ। ଏପରି ଖାଇବା ଦ୍ବାରା ନଡ଼ିଆ ତେଲ ବ୍ୟବହାର କରିବା ଲାଭଦାୟକ ଅଟେ।
ନଡ଼ିଆ ତେଲରେ ରୋଷେଇ କରିବା ଦ୍ବାରା ଆପଣଙ୍କ ପାଚନ ତନ୍ତ୍ର ମଜବୁତ ହୋଇଥାଏ। ଆପଣଙ୍କୁ ବଦହଜମୀ ଏବଂ ଗ୍ୟାସ୍ ଭଳି ପେଟ ସମସ୍ୟା ହେବ ନାହିଁ। କୋଷ୍ଠକାଠିନ୍ୟ ଏବଂ ପେଟ ସମ୍ବନ୍ଧିତ ଅନ୍ୟ ରୋଗରେ ଏହା ସେବନ କଲେ ଲାଭଦାୟକ ସାବ୍ୟସ୍ତ ହେବ।
ନଡ଼ିଆ ତେଲ କିଟୋନ୍ସ ଉତ୍ପାଦନ କରିଥାଏ। କିଟୋନ୍ସ ଆମ ଶରୀରର ସୁସ୍ଥ ସେଲ୍ସକୁ ଶକ୍ତି ପ୍ରଦାନ କରିଥାଏ। କ୍ୟାନସର ସେଲ୍ସକୁ ଛାଡ଼ି ଶରୀରର ଅନ୍ୟ ମଜବୁତ ସେଲ୍ସକୁ ଏଥିରୁ ଶକ୍ତି ମିଳିଥାଏ। ଏପରି କ୍ଷେତ୍ରରେ ନଡ଼ିଆ ତେଲକୁ ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ଶରୀର ସୁସ୍ଥ ହୋଇଥାଏ ଏବଂ କ୍ୟାନସର ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ।
ନଡ଼ିଆ ତେଲକୁ ଡାୟେଟରେ ସାମିଲ କରିବା ଦ୍ବାରା ଆପଣଙ୍କୁ ହାର୍ଟ ସମସ୍ୟା ହୋଇନଥାଏ। ନଡ଼ିଆ ତେଲରେ ଲରିକ୍ ଏସିଡ ରହିଥାଏ ଯାହା ଉପଯୁକ୍ତ କୋଲେଷ୍ଟୋଲ ପାଇଁ ଲାଭଦାୟକ। ଶରୀରରେ ଉପଯୁକ୍ତ କୋଲେଷ୍ଟୋଲର ମାତ୍ରା ବଢ଼ିବା ଦ୍ବାରା ହାର୍ଟ ସମସ୍ୟା ହୋଇନଥାଏ।
ନଡ଼ିଆ ତେଲକୁ ଡାୟେଟରେ ସାମିଲ କରିବା ଦ୍ବାରା ଦାନ୍ତ ଏବଂ ହାଡ଼ ମଜବୁତ ହୋଇଥାଏ। ଖାଦ୍ୟରେ ନଡ଼ିଆ ତେଲ ବ୍ୟବହାର କରିବା ଦ୍ବାରା ଶରୀରରେ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମର ମାତ୍ରା ବଢ଼ିଥାଏ। ଏହା ଦ୍ବାରା ହାଡ଼ ମଜବୁତ ହୋଇଥାଏ ଏବଂ ହାଡ଼ ସମ୍ବନ୍ଧିତ ରୋଗ ହୋଇନଥାଏ।
ନଡ଼ିଆ ତେଲର ଆହୁରି ଅନେକ ଫାଇଦା ରହିଛି। କେଶରେ ନଡ଼ିଆ ତେଲ ଲଗାଇବା ଦ୍ବାରା କେଶ ଲମ୍ବା ଏବଂ ଘନ ହୋଇଥାଏ। ଏହା ଆମ ତ୍ବଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲରେ ମସାଜ କରିବା ଦ୍ବାରା ତ୍ବଚା ଚମକିଥାଏ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ କାରଣରୁ ତ୍ବଚାରେ ଚର୍ମକୁଞ୍ଚନ ଦୂର ହୋଇଥାଏ।
ନଡ଼ିଆ ତେଲ ଆଣ୍ଟି ବ୍ୟାକ୍ଟେରିଆଲ୍,ଆଣ୍ଟି ଫଙ୍ଗଲ୍ ଏବଂ ଆଣ୍ଟି ଇନଫ୍ଲାମେଟ୍ରି ତତ୍ତ୍ବ ମିଳିଥାଏ। ଏହା ତ୍ବଚା କଟିଗଲେ ଏବଂ ଜଳିଗଲେ କାମରେ ଆସିଥାଏ। ଶରୀରରେ ପାଣିର ଅଭାବ ଯୋଗୁଁ ଓଠ ଫାଟିବାର ସମସ୍ୟା ହୋଇଥାଏ ତେଣୁ ନଡ଼ିଆ ତେଲକୁ ଲିପ୍ ବାମ ଭାବେ ବ୍ୟବହାର କରିପାରିବେ।

Leave a comment