ଫିଟ ଆଉ ଫାଇନ ମୁଖ୍ୟମନ୍ତ୍ରୀ, ଗୁଜବକାରୀଙ୍କୁ ସନ୍ଧ୍ୟା ସମୟରେ ବି ସନ୍ସଷ୍ଟୋକ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସନ୍ଧ୍ୟା୫ଟାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ଦେଖି ବିରୋଧୀଙ୍କୁ ଶକ୍ତ ଧକ୍କା । ଗୁଜବର ଘଟିଲା ଅନ୍ତ । ଫିଟ ଆଉ ଫାଇନ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯାଇଥିଲେ । ସେଠାରେ ସାମ୍ବାଦିକ ଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ନିର୍ବାଚନ ସମୟରେ ମୋ ସ୍ୱାସ୍ଥ୍ୟ ଠିକ ନଥିବା ନେଇ ଗୁଜବ ଉଠେ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବହୁତ ଖୁସି ଅଛି । ଯେତେବେଳେ ଗୁଜବ ହୁଏ ବିଜେଡି ଭଲ କରେ” ।
ସେ ଜନସାଧାରଣଙ୍କୁ ଉଦବୋଧନ କହିଛନ୍ତି, କରୋନା ଏବେବି ଅଛି । ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ । ତାଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧରେ ବିରୋଧୀଙ୍କ ଅପପ୍ରଚାର ନେଇ ସାମ୍ବାଦିକଙ୍କ ପ୍ରଶ୍ନ ର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲିଛି । ତେଣୁ ମୁଁ ଏପ୍ରଶ୍ନ କୌଣସି ଉତ୍ତର ଦେବୀନାହିଁ । ସବୁଥର ଭଳି ଏଥର ମଧ୍ୟ ୫ଟି ସଚିବ ଭି. କେ. ପଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହିଥିଲେ । ସେହିପରି ଜାନୁଆରୀ ୨୬ ତାରିଖ ପୂର୍ବରୁ ମୁଖ୍ୟମନ୍ତ୍ରୀ କୋମାରେ ଥିବା ଗୁଜବ ସୋସିଆଲ ମିଡ଼ିଆର ମୁଖ୍ୟ ଖବର ପାଲଟିଥିଲା । ହେଲେ ସାଧାରଣତନ୍ତ୍ର ଦିବସ ଦିନ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଘମ ଚାଲି ଦେଖି ବିରୋଧୀ ମୂଷା ପାଲଟି ଯାଇଥିଲେ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁଜବର ଅନ୍ତ ଘଟିଛି । ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପୁଣିଥରେ ଅପପ୍ରଚାର ହେଉଥିଲା । ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଭୁ ଲିଙ୍ଗରାଜ ଦର୍ଶନ କାର୍ଯ୍ୟକ୍ରମ ଏହାର ଉଚିତ ଜବାବ ଯାହାକି ବିରୋଧୀଙ୍କୁ କୋମାକୁ ଠେଲି ଦେଇଛି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଓ ସେଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଦେଖିଥିବା ସ୍ୱପ୍ନ ଆଜି ଚୁରମାର ହୋଇଯାଇଛି । ପୂର୍ବରୁ ମଧ୍ୟ ଅନେକ ଥର ବିରୋଧୀଙ୍କୁ କିଛି ନ କହି କାର୍ଯ୍ୟ କରି ଦେଖାଇଥିବା ନବୀନ ଆଜି ମଧ୍ୟ ସମାନ ନୀତି ଆପଣେଇଛନ୍ତି । ଯାହାକି ତାଙ୍କ ଛବିକୁ ଆହୁରି ସ୍ୱଚ୍ଛ କରିଦେଇଛି ।

ଅପରପକ୍ଷରେ ଯେଉଁ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୋଧ ରେ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିଲେ ତା’ ବିରୁଦ୍ଧରେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାକୁ ନେଇ ବୁଦ୍ଧିଜୀବୀ ଏବଂ ବିଜେଡ଼ି ଦଳୀୟ କର୍ମୀଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Leave a comment