ରେଡ୍ ଜୋନରେ ସାମିଲ ହେଲା ଗଞ୍ଜାମ, ଅରେଞ୍ଜ ଜୋନରେ ମୟୂରଭଞ୍ଜ ଓ ଜଗତସିଂହପୁର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା୨୦ଜଣ କରୋନା ପଜିଟିଭଙ୍କ ଭିତରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ହେବା ପରେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ତାହା ଅନୁଯାୟୀ, ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି ସରକାର। ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ରେଡ୍ ଜୋନ୍ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଜୋନ୍ ଘୋଷଣା କରାଯାଇଛି।ଗୃହ ମନ୍ତ୍ରଣାଳୟର ନିର୍ଦେଶାବଳୀ ଅନୁଯାୟୀ, ଗଞ୍ଜାମ ବର୍ତମାନ ରେଡ ଜୋନ୍ ଅଧୀନରେ ସାମିଲ ହେଲା। ଏଠାରେ ସକ୍ରିୟଙ୍କ ସଂଖ୍ୟା ୨୧ରେ ପହଂଚିଛି । ଯେହେତୁ ଜଗତସିଂହପୁର ଏବଂ ମୟୂରଭଞ୍ଜରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି, ସେହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ଜୋନରେ ସାମିଲ କରାଯାଇଛି।