ରାଜ୍ୟ ସରକାର ସବୁବେଳେ ଚାଷୀ ଓ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସରକାର ଓଡିଶାର ମହିଳା, ଚାଷି, ଗରିବମାନଙ୍କ ସରକାର । ରାଜ୍ୟବାସୀ ବିଜେଡି ଉପରେ ଭରଷା ଓ ବିଶ୍ୱାସ ରଖିଛନ୍ତି । ଚାଷି ଓ ମହିଳାଙ୍କର ଉନ୍ନତିରେ ଓଡିଶାର ଉନ୍ନତି ସମ୍ଭବ । ତେଣୁ ରାଜ୍ୟ ସରକାର ସବୁବେଳେ ଚାଷୀ ଓ ମହିଳାଙ୍କ ବିକାଶ ଦିଗରେ ଦୃଷ୍ଟି ଦେଇଛନ୍ତି ବୋଲି ମଙ୍ଗଳବାର ଯାଜପୁର ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗସ୍ତ କରି ମୁଖ୍ୟମନ୍ତ୍ରୀ ସେଠାରେ ୩୮ କୋଟି ଟଙ୍କାର ୫ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ଏହାସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଧର୍ମଶାଳା ବ୍ଲକକୁ ଯାଇ ସେଠାରେ ୪୫୭ କୋଟିର ୨୪୫ଟି ପ୍ରକଳ୍ପର ଉଦଘାଟନ କରିଥିଲେ । ଏହାସହ ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରଥିଲେ । ଏହାପରେ ଦଶରଥପୁର ବ୍ଲକରେ ୪ କୋଟିର ୨ଟି ପ୍ରକଳ୍ପର ଶୁଭାରମ୍ଭ ଏବଂ ୯୬ କୋଟି ୩୭ ଟଙ୍କାର ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Leave a comment