ହାର୍ଟ ହସ୍ପିଟାଲ ରେ ରୋଗୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୩୬ଜଣଙ୍କୁ ଦେଲେ ଡିସଚାର୍ଜ ଟିକେଟ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମଦାବାଦର ସତ୍ୟସାଇ ହାର୍ଟ ହସ୍ପିଟାଲ ପହଞ୍ଚି ରୋଗୀଙ୍କୁ ଭେଟିଥିଲେ । ସେଠାରେ ମାଗଣାରେ ଚିକିତ୍ସିତ ହେଉଥିବା ଶତାଧିକ ଓଡ଼ିଆ ଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସହ ୩୬ ଜଣଙ୍କୁ ଡିସଚାର୍ଜ ଟିକେଟ ଦେଇଛନ୍ତି । ଓଡ଼ିଶା ର ହୃଦରୋଗରେ ପୀଡ଼ିତ ପିଲା ମାନଙ୍କ ମାଗଣା ଚିକତ୍ସା ଓ ଅସ୍ତ୍ରୋପଚାର ପାଇଁ ପୂର୍ବରୁ ଓଡ଼ିଶା ସରକାର ଓ ସତ୍ୟସାଇ ହାର୍ଟ ହସ୍ପିଟାଲର ଏକ ଏମଓୟୁ ସାକ୍ଷର ହୋଇଥିଲା ।

ସୂଚନା ଅନୁଯାୟୀ, ସୁରଟର ଓଡିଆମାନଙ୍କ ଅନୁରୋଧ କ୍ରମେ ସେଠାରେ ଆୟୋଜିତ ଓଡ଼ିଆ ମହୋତ୍ସବରେ ଯୋଗଦେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ ସୁରଟ ଗ୍ରସ୍ତରେ ଯାଇଛନ୍ତି । ନବୀନଙ୍କ ଗସ୍ତ ନେଇ ସୁରଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave a comment