ଲକ୍ ଡାଉନ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮ଟି ପରାମର୍ଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲକ୍ ଡାଉନ୍ ରେ ଛାତ୍ରଛାତ୍ରୀମାନେ ଘରେ କିଭଳି ସମୟ ଅତିବାହିତ କରିବେ ସେ ନେଇ ୮ଟି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କୋଡିଡ୍ ୧୯ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଗୁଡ଼ିକୁ ସୂଚିତ କରିଥିଲେ ।
ମୁଖ୍ୟମନ୍ତ୍ରୀ ଦେଇଥିବା ୮ଟି ପରାମର୍ଶ ଗୁଡିକ ହେଲା:
-କରୋନାକୁ ଡରିବା ନାହିଁ, ମିଳିମିଶି ଲଢ଼ିବା ।
-ସାଙ୍ଗସାଥୀଙ୍କ ସହ ଏବେ ଆମେ ଖେଳାଖେଳି କରିବା ନାହିଁ ।
-ଆମେ ସମସ୍ତେ ସାବଧାନ ରହିବା । ବାପା, ମାଙ୍କୁ ହାତ ଧୋଇବାକୁ କହିବା ଓ ଘରେ ରହିବାକୁ କହିବା । ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା।
-ଏ ବର୍ଷର ସ୍କୁଲ ବହିତକ ଆଉ ଥରେ ପଢ଼ିଦେବା ।
-ମନକୁ ଖୁସି ରଖିବା, ଗପବହି ପଢିବା ଓ ଚିତ୍ର ଆଙ୍କିବା ।
-ଘର କାମରେ ବାପା-ମାଙ୍କୁ ସାହାଯ୍ୟ କରିବା ।
-ଭାଇ-ଭଉଣୀଙ୍କ ସାଙ୍ଗରେ କଳିକଜିଆ କରିବା ନାହିଁ ।
-ସବୁ ସପ୍ତାହରେ ନୂଆ କଥାଟିଏ ଶିଖିବା।