ସୁନ୍ଦରଗଡ ପାଇଁ ୪,୯୧୫ କୋଟି ଟଙ୍କାର ପ୍ୟାକେଜ୍, ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ରାଉରକେଲାରେ ପହଞ୍ଚି ବିପିୟୁଟି ପରିସରରେ ଆୟୋଜିତ ସଭାରେ ଯୋଗ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲାର ଗମନାଗମନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସହ କ୍ରୀଡାର ବିକାଶ ପାଇଁ ୪ହଜାର ୯ଶହ ୧୫ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହିସବୁ କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲ ମାଧ୍ୟମରେ ୧୭ ବ୍ଲକରେ ମଧ୍ୟ ଜିଲ୍ଲାବାସୀ ଦେଖୁଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୭ମନ୍ତ୍ରୀ ଓ ୪୦ରୁ ଅଧିକ ବିଧାୟକ ଉପସ୍ଥିତ ରହିଛନ୍ତି ।

Leave a comment