ଫୋନ ଯୋଗେ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ମୋ ସରକାର ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଆଜି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଶାର ବିରପୁତ୍ର ଡ଼.ହରେକୃଷ୍ଣ ମହତାବ, ସୁଭାଷ ଚନ୍ଦ୍ର ବୋଷ ଓ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଥିଲେ । ଏହାସହ ସେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଜଣେଇବା ସହ ରାଜ୍ୟ ସରକାର ୫ଟି ଅନୁଯାୟୀ କାର୍ଯ୍ୟ କରୁଥିବା ଦର୍ଶାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ହସ୍ପିଟାଲ, ଥାନା ତଥା ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫ଟି ଲାଗୁ ହେବାକୁ ଯାଉଛି । ଯାହା ଫଳରେ ଲୋକଙ୍କ ସମସ୍ୟା ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀ ନିଜେ ପଚାରି ବୁଝିବେ । ଆଉ ତୁରନ୍ତ ଏହାକୁ ସମାଧାନ କରିବାକୁ ନିଆଯିବ ପଦକ୍ଷେପ ।

ସେହିପରି ଯେଉଁ ସବୁ ଗାଁରେ ବିଦ୍ୟୁତ ସଂଯୋଗ ହୋଇନାହିଁ, ସେହି ଗ୍ରାମରେ ୪୮ ଘଣ୍ଟା ଭିତରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷପ ନେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a comment