୧୭ରେ ସାବିତ୍ରୀଙ୍କ ପାଇଁ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୭ରେ ପାଟକୁରା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ଲାଗି ପ୍ରଚାର କରିବେ । ଏପରିକି ସେଠାରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ତେବେ ପାଟକୁରାରେ ବିଜେଡି ନିଶ୍ଚିତ ଜିତିବ ବୋଲି ମନ୍ତ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୨୦ରେ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ ଆଉ ମାତ୍ର ଦଶ ଦିନ ଥିବାବେଳେ ଶାସକ ବିଜେଡି, ବିରୋଧୀ ଭାଜପା ଏବଂ କଂଗ୍ରେସ ଏବେଠୁ ଅଣ୍ଟା ଭିଡିସାରିଲେଣି । କିଏ ଏହି ସିଟ୍କୁ ସ୍ବାଭିମାନ ଭାବେ ନେଇଥିବା ବେଳେ ଆଉ କେହି ଏଠାରେ ଜିତ ସୁନିଶ୍ଚିତ ବୋଲି ମତ ରଖିଛନ୍ତି ।
ପାଟକୁରାକୁ ହାତେଇବା ଲାଗି ବିଭିନ୍ନ ଦଳର ହେଭିଓ୍ବେଟ୍ ପ୍ରଚାର ମଙ୍ଗ ଧରୁଛନ୍ତି । ଏହି କ୍ରମରେ ମଙ୍ଗଳବାର ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ପାଟକୁରାରେ ପହଞ୍ଚି ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଥିଲେ । ସେହିପରି ବିଜେଡିର ବହୁ ବିଧାୟକ ଓ ମନ୍ତ୍ରୀ ପ୍ରାୟ ଏକ ମାସ ହେବ ପାଟକୁରାରେ ଡେରା ପକାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖାଯାଉଛି ।