ମାଓଗଡରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନୀ ପ୍ରଚାର ରେ ମୁଖ୍ୟମନ୍ତ୍ରୀ ଆଜି କାଲିମେଳା ଗ୍ରସ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲିମେଳାଠାରେ ଆୟୋଜିତ ଏକ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଭାରେ ବିଜେଡିର ଦୁଇ ସାଂସଦ ଓ ବିଧାୟକ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନବୀନ ଅନୁରୋଧ କରିବା ସହ ସିଧା ସିଧା ବିଜେପି ଉପରେ ଆକ୍ରମଣ କରିଥିଲେ । ବନ୍ୟା, ବାତ୍ୟା ଓ ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜେପି ନେତାମାନେ ଓଡିଶା ମାଟି ମାଡି ନଥିବା ବେଳେ ଏବେ ଭୋଟ୍ ମାଗିବାକୁ ଆସୁଛନ୍ତି ।
ଓଡ଼ିଶାବାସୀଙ୍କ ପାଇଁ ବିଜେପିର ବଡ ବଡ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହି ନବୀନ କହିଥିଲେ । ଏଥିସହ ସେ ଗତ ସାଧାରଣ ନିର୍ବାଚନରେ ବିଜେପି ସିତାପଲ୍ଲୀ ରେଲୱେ ୱାଗନଫ୍ୟାକ୍ଟ୍ରି, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହିଳା ସଂରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଏ ଯାଏଁ ସେସବୁ କାହିଁକି ପାଳନ କରାଯାଇ ନାହିଁ ବୋଲି ନବୀନ ପ୍ରଶ୍ନ କରିଥିଲେ । ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କ ସ୍କୋଲରସିପ୍କୁ କେନ୍ଦ୍ର ସରକାର କମାଇ ଦେଇଛନ୍ତି । କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର ।ସେହିପରି ପ୍ରତି ବର୍ଷ ୨ କୋଟି ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ବେକାରୀ ସଂଖ୍ୟା ଏଇ ୫ବର୍ଷରେ ବଢ଼ିଛି । ଚାଷୀଙ୍କ ସୁବିଧା ଓ ସହାୟତା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ଯାହାର ଜବାବ ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ଦେବେ ବୋଲି ନବୀନ କହିଥିଲେ ।