କରୋନା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ ରାଜ୍ୟରେ ୧ଲକ୍ଷ ଶ୍ରମିକ ରହି ଯାଇଛନ୍ତି । ଆମେ ସେମାନଙ୍କ ଯତ୍ନ ନେଉଛୁ । ସେହିପରି ରାଜ୍ୟ ବାହାରେ ଆମ ରାଜ୍ୟର ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କ ଅବସ୍ଥା ମତେ ଦୁଃଖ ଦେଇଛି । ଲକ ଡାଉନ ପରେ ଆମେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରଙ୍କ ସହ କଥାହୋଇ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ । ସେଥିପାଇଁ ତାଙ୍କ ପରିବାର ଲୋକ ବାହାରିଥିବା ସେମାନଙ୍କ ସମ୍ପର୍କୀୟଙ୍କ ନାମ ପଞ୍ଜିକରଣ କରିବେ । ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ କରାଯିବ । ସେମାନେ ନିଜ ଅଞ୍ଚଳକୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବ । ୧୪ଦିନର କ୍ୱାରେଣ୍ଟିନ ପରେ ତାଙ୍କୁ ୨୦୦୦ ଟଙ୍କା ସହାୟତା ରାଶି ଦିଆଯିବ । କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନିଜ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।

Leave a comment

You cannot copy content of this page