ବାଲେଶ୍ୱର ବିଜୁ ଯୁବ ବାହୀନି ସମାବେଶରେ ୩୩ଟି ପ୍ରକଳ୍ପ ଉଦଘାଟନ ଓ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରରେ ବିଜୁ ଯୁବ ବାହୀନି ସମାବେଶରେ ଯୋଗଦେଇ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଓଡ଼ିଶା ସରକାର ଓ ଟାଟା ଷ୍ଟିଲର ସହଭାଗିତାରେ ସ୍ଥାପିତ ହେବାକୁଥିବା ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୁବର୍ଣ୍ଣରେଖା ବନ୍ଦରର ନିର୍ମାଣରେ ୫ ହଜାର କୋଟି ଟଙ୍କା ବ୍ୟୟ ଆକଳନ ହୋଇଥିବା ବେଳେ ଏଥିରେ ୧୨ଟି ବର୍ଥ ରହିବ । ଯାହାର ପଣ୍ୟ କାରବାରର ବାର୍ଷିକ କ୍ଷମତା ୨୫ରୁ ୫୫ ମିଲିୟନ୍ ମେଟ୍ରିକ୍ ଟନ୍ ରହିବ ବୋଲି ଆକଳନ କରାଯାଇଛି । ଏହି ପ୍ରକଳ୍ପ ଦ୍ବାରା ୧୨ ହଜାର ନିଯୁକ୍ତି ସୁଯୋଗ ମିଳିବ ।
ସେହିପରି ବାଲେଶ୍ୱର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋତ୍ସବ ଉଦଘାଟନ କରିବା ସହ ୫ଟି ଜିଲ୍ଲାର ଶ୍ରେଷ୍ଠ ‘ବିଜୁ ଯୁବବାହିନୀ’ ଏବଂ ଶ୍ରେଷ୍ଠ ‘ମୁଁ ହିରୋ’ଙ୍କୁ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁପରଚିତ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।