ଘରୋଇ ଶିକ୍ଷାନୁଷ୍ଠାନମାନେ ଫି କମ କରନ୍ତୁ: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ୍-୧୯ ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ ସହାନୁଭୂତି ସମ୍ପନ୍ନ ହୋଇ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ୍ ଫି’ ହ୍ରାସ କରିବା କିମ୍ବା ଫି’ ପୈଠ ତାରିଖ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ଟୁଇଟରେ ଏହା କୁହାଯାଇଛି। ଓଡିଶାବାସୀଙ୍କ ସୁଖ ଦୁଃଖରେ ସବୁବେଳେ ଜଡିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ସମୟରେ ଅଭିଭାବକଙ୍କ ପରିସ୍ଥିତିକୁ ହୃଦୟଙ୍ଗମ କରି ଘରୋଇ ଶିକ୍ଷାନୁଷ୍ଠାନମାନେ ଏପରି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଲକଡାଉନ ସମୟସୀମା ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିବାକୁ ଗତକାଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଜୁନ୍ ୧୭ ତାରିଖ ଯାଏଁ ସ୍କୁଲ୍ ଓ କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏକ ଭିଡିଓ ବାର୍ତ୍ତାରେ ଆଦେଶ ଦେଇଥିଲେ। ଏଥିରେ ସେ କହିଥିଲେ ଏହି କଠିନ ସମୟରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିଛି। ଆମେ ମଣିଷ ଜୀବନକୁ ଅଧିକ ଗୁରୁତ୍ଵ ନେଇ ଏହି ନିଷ୍ପତ୍ତି ନେଇଛୁ।

Leave a comment