କାଳିଆ ଟଙ୍କା ପାଇଁ ଇଲେକ୍ସନ କମିଶନଙ୍କ ଅଫିସରେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଗାଡ଼ିରେ ଇଲେକ୍ସନ କମିଶନଙ୍କ ଅଫିସକୁ ଯାଇଥିଲେ । କାଳିଆ ଟଙ୍କା କାହିଁକି ଅଟକାଯାଇଛି ବୋଲି ଆପତ୍ତି କରି ମୁଖ୍ୟମନ୍ତ୍ରୀ, ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଇଲେକ୍ସନ କମିଶନଙ୍କ ଅଫିସକୁ ଯାଇ ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କାଳିଆ ଟଙ୍କା କାହିଁକି ଅଟକା ଯାଇଛି ବୋଲି ଏଥିରେ ପ୍ରଶ୍ନ କରାଯାଇଛି ।

ସେହିପରି ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କହିଥିଲେ, କାଳିଆ ଟଙ୍କା ଅଟକଯିବା ଏକ ଦୁର୍ଭାଗ୍ୟଜନକ ଘଟଣା । ଏହା ଚାଷୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । କାଳିଆ ଟଙ୍କାକୁ ଜାଣିଶୁଣି ଅଟକାଯାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଭାତୃହରି ମହତାବ, ପ୍ରସନ୍ନ ପଟଶାଣୀ, ଆମର ପ୍ରଧାନ ଓ ଅରୁପ ପଟ୍ଟନାୟକ ପ୍ରମୁଖ ନେତା ନବୀନଙ୍କ ସହ ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯାଇଥିଲେ ।

Leave a comment