ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୪ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯାଇଛି । ୩ଟି ବର୍ଗରେ ବିଧାୟକମାନଙ୍କୁ ଓଡିଶା ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ପୁରସ୍କୃତ କରିଛନ୍ତି ।  

ସୂଚନା ଅନୁଯାୟୀ, ପଣ୍ଡିତ ନୀଳକଣ୍ଠ ସମ୍ମାନ ବିଷ୍ଣୁଚରଣ ଦାସ, ଅରୁଣ କୁମାର ସାହୁ, ପ୍ରଭାତ କୁମାର ବିଶ୍ୱାଳ, ଡାକ୍ତର ପ୍ରଫୁଲ୍ଲ ମାଝୀ, ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି ।

ଅପରପକ୍ଷରେ ଉତ୍କଳଗୌରବ ମଧୁସୂଦନ ସମ୍ମାନ ସୁରେନ୍ଦ୍ର ନାୟକ, ବିମ୍ବାଧର କୁଅଁର, ନିତ୍ୟାନନ୍ଦ ପ୍ରଧାନ, ଉମେଶ ଚନ୍ଦ୍ର ସ୍ୱାଇଁ, ବିକ୍ରମ କେଶରୀ ବର୍ମା, ରାଜେନ୍ଦ୍ର ଢୋଲକିଆ, ସୁରେନ୍ଦ୍ର ପରମାଣିକ ଓ ଚକ୍ରଧର ପାଇକଙ୍କୁ ମିଳିଛି ।

ସେହିପରି ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ସଂଜୟ ଦାସବର୍ମା, ପ୍ରୀତିରଂଜନ ଘଡେ଼ଇ, ସମୀର ରଞ୍ଜନ ଦାଶ, ପ୍ରଶାନ୍ତ କୁମାର ମୁଦୁଲି, ବିଜୟ କୁମାର ମହାନ୍ତି, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ପ୍ରଦୀପ ପୁରୋହିତଙ୍କୁ ସମ୍ମାନୀତ କରାଯାଇଛି  ।

୨୦୦୯ ରୁ ୨୦୧୬ ମଧ୍ୟରେ ବିଧାନସଭାରେ ବିଧାୟକଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ପ୍ରଦାନ କରାଯାଇଛି  ।

Leave a comment