ଦୁବାଇକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡାକରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତମାନ ବିଦେଶ ଗ୍ରସ୍ତରେ ଯାଇଥବା ସମୟରେ କୌଣସି ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ନଥିଲେ । ଏହି ବିଦେଶ ଗ୍ରସ୍ତରେ ତାଙ୍କ ସହିତ ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭି ଭି ଯାଦବ ଏବଂ ଆବାସିକ କମିସନର ରବି କାନ୍ତ ମଧ୍ୟ ଉପସ୍ଥିତ ଅଛନ୍ତି ।

ମାତ୍ର ଆଜି ହଠାତ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସୋମବାର ସୁଦ୍ଧା ଦୁବାଇରେ ଆସି ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । କିଛି ବୁଦ୍ଧିଜୀବୀଙ୍କ ମତରେ, “ରାଜ୍ୟରେ କେବଳ ଅଫିସର ଙ୍କ ରାଜ ଚାଲିଥିବା ବେଳେ ଏବେ ମନ୍ତ୍ରୀଙ୍କ ଆବଶ୍ୟକତା କାହିଁକି ହେଲା । ବିଗତ କିଛି ବର୍ଷ ହେବ ରାଜ୍ୟରେ ବିଭାଗୀୟ ମନ୍ତ୍ରୀ କେବଳ ନାମକୁ ମାତ୍ର ଚେୟାରରେ ବସିଛନ୍ତି । ଏଠି ଦବଦବା ତ କେବଳ ଅଫିସର ମାନଙ୍କର । ସେମାନଙ୍କ ନିର୍ଦ୍ଦେଶରେ ଏଠି ରାଜ୍ୟ ଚାଲୁଛି ।” ତେବେ ବର୍ତ୍ତମାନ ମଧ୍ୟ ଅତନୁଙ୍କ କିଛିଟା ପାୱାର ଥିବା ନେଇ ସେମାନେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦୁବାଇ ଗ୍ରସ୍ତ କରିବେ । ସେହିପରି ରୋମ୍ ରେ ଗତକାଲି ଅନୁଷ୍ଠିତ ଜାତିସଂଘର ଦି ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା, ଜୀବନଜୀବିକା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ ବଖାଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ ସହଭାଗିତାରେ ରାଜ୍ୟର ‘ଜିରୋ ହଙ୍ଗର’ ଏଜେଣ୍ଡା ବିଷୟରେ ବିଶ୍ୱବାସୀଙ୍କୁ ଜଣାଇଥିଲେ ।

Leave a comment