ଆମ୍ୱୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଚାଲିଗଲେ ମୁଖ୍ୟମନ୍ତ୍ରୀ ସମ୍ପର୍କୀୟ ଭାଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ୍ୱୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭାଇଙ୍କ ମୃତ୍ୟୁ ଘଟିଥିବା ଖବର ସମ୍ନାକୁ ଆସିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମଉସୀପୁଅ ଭାଇ ଅନୀଲ ସଂଘଭୀଙ୍କ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥିଲା । ଅନୀଲଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ କୁ ଫୋନ କରାଯାଇଥିଲା ।ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅନୀଲ ଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ରାଜକୋଟ ଜିଲ୍ଲାପାଳ ରେମ୍ୟା ମୋହନ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଫୋନ୍ ଆସିବାର ୩୯ ମିନିଟ ପରେ ଅନୀଲଙ୍କ ଘର ସୌରାଷ୍ଟ୍ର କଳା କେନ୍ଦ୍ର ସୋସାଇଟିରେ ପହଞ୍ଚିଥିଲା ଆମ୍ୱୁଲାନ୍ସ। ମାତ୍ର ସମାନ ନାମରେ ଆଉ ଏକ ସ୍ଥାନ ଥିବାରୁ ଆମ୍ୱୁଲାନ୍ସଟି ଭୁଲରେ ପ୍ରଥମେ ସେଠାକୁ ଚାଲିଯାଇଥିଲା ବୋଲି ଜଣାପଡିଛି ।

Leave a comment

You cannot copy content of this page