ମୁଖ୍ୟମନ୍ତ୍ରୀ ଙ୍କ ବର୍ଷା ଓ ବନ୍ୟା ପରିସ୍ଥିତି ର ସମୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ଉପର ମୁଣ୍ଡ ରେ ପ୍ରବଳ ବର୍ଷା ପରେ ଉପୁଜିଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତି ର ସମୀକ୍ଷା କରିଛନ୍ତି। ମହାନଦୀର ଅବବହିକା ରେ ମଧ୍ୟମ ଧରଣ ର ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେବସହ ଲୋକଙ୍କୁ ଖୁବଶୀଘ୍ର ରିଲିଫ ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି । ଓଡ୍ରାଫ୍ଟ ଓ ଅଗ୍ନିଶମ ବିଭାଗ କୁ ଉଦ୍ଧାର କାର୍ଯ୍ୟ ଜାରୀରଖିବାକୁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି ।

କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଆଦି ୬ଟି ଜିଲ୍ଲାର ଜିଲ୍ଲାପାଳ ଙ୍କୁ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ବୈତରଣୀ ରେ ମଧ୍ୟ ବନ୍ୟା ସମ୍ଭାବନା ରହିଥିବାରୁ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନ କୁ ପ୍ରସ୍ତୁତ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି ।

ସେହିପରି ଯେଉଁ ସ୍ଥାନରେ ବନ୍ୟା ପରିସ୍ଥିତି ସ୍ବଭାବିକ ହୋଇସାରିଛି, ସେଠାରେ ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ କ୍ଷୟକ୍ଷତି ର ଆକଳନ କରି ସରକାର ଙ୍କୁ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର, ବିଭିନ୍ନ ସଂପୃକ୍ତ ବିଭାଗ ର ମୁଖ୍ୟ ସଚିବ ଓ ପାଣିପାଗ ବିଭାଗର ନିର୍ଦେଶକ ଉପସ୍ଥିତ ଥିଲେ।

Leave a comment