ତିତଲି ବିପଦ ଟଳିଲା, ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତଲି’ ଆସିଲା ଓ ଚାଲିଗଲା । କିଛି ସ୍ଥାନରେ ଅନେକ କ୍ଷୟକ୍ଷତି ମଧ୍ୟ କଲା । ଏହି କ୍ଷୟକ୍ଷତି କୁ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି ।

ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀକହିଛନ୍ତି, ଗଜପତି ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଜପତିକୁ ଅଧିକ ୨ଟି ଏନଡିଆରଏଫ୍ ଙ୍କୁ ପଠାଯିବ ।

ମୋହନାରେ ସର୍ବାଧିକ ୩୧୫ମିମି ବର୍ଷା ରେକର୍ଡ କରାଯାଇଛି । ୪ରୁ ୫ଟି ଜିଲ୍ଲାରେ ୨୦୦ ମିମି ବର୍ଷା ହୋଇଛି । ସେହିପରି ଗଞ୍ଜାମ, ଗଜପତି, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ସୁଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ  ଏସଆରସି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave a comment