ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୧୩ ଏକର ଜମିରେ ଏହି ବିଦ୍ୟାଳୟର କ୍ୟାମ୍ପସ ରହିବ। ଏଥିରେ ୧୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ରହିବ। ବିଦ୍ୟାଳୟରେ ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନ ଗୃହ ଓ ୮ଟି ଅତିଥି କକ୍ଷ ରହିବ। ସେହିପରି ୨ଟି ଛାତ୍ରୀ ନିବାସ ଓ ୨ଟି ଛାତ୍ର ନିବାସ ରହିବ।
ଭୁବନେଶ୍ୱରର ଅନ୍ଧାରୁଆରେ ପ୍ରତିଷ୍ଠା ହେବାକୁ ଥିବା ଏହି ସ୍କୁଲରେ ୨୨ଟି ଟିଚର କ୍ୱାର୍ଟର୍ସ ଓ ୧୨ ଏକରର ଖେଳ ପଡ଼ିଆ ରହିବ। ରାଜ୍ୟର ୩୧୪ଟି ଅଦର୍ଶ ବିଦ୍ୟାଳୟର ବଛାବଛା ପିଲା ଏଠାରେ ପଢ଼ିବେ। ୨୦୨୨ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାମ ସାରିବା ଲକ୍ଷ୍ୟ ରଖାଯାଇଛି।