ଜଳକର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୬୦ଟଙ୍କା ଜଳକର ବାବଦକୁ ମୁଖ୍ୟମନ୍ତ୍ରୀ ପୈଠ କରିଛନ୍ତି । ଭୁବନେଶ୍ୱର ରେଳ ଅଡିଟୋରିୟମ୍ରେ ଜଳସାଥୀର ଶୁଭାରମ୍ଭ ହୋଇଛି। ଜଳସାଥୀ ଆପ୍ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଜଳ କର ଆଦାୟ କରିବେ SHG ମହିଳା। ୧୧୪ପୌରାଞ୍ଚଳରେ ଜଳକର ଆଦାୟକ ରିବେ ଜଳସାଥୀ। ଜଳସାଥୀଙ୍କୁ ପରୀକ୍ଷଣ କିଟ୍ ଓ POS ଯୋଗାଇ ଦିଆଯିବ। ଜଳସାଥୀଙ୍କ ହାତରେ ଦୈନିକ ୧୦୦କୋଟି ଲିଟର ଜଳ ପରିଚାଳନା ଦାୟିତ୍ୱ ରହିବ। ଏନେଇ WATCO ଓ ALF ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ୫ହଜାରରୁ ଅଧିକ ଜଳସାଥୀ ସାମିଲ ହେବେ। ଏହାଦ୍ୱାରା ୧୨ଲକ୍ଷରୁ ଅଧିକ ପରିବାର ସୁବିଧା ପାଇବେ। ରାଜ୍ୟର ସମସ୍ତ ୧୧୪ପୌରାଞ୍ଚଳର ୭୦ଲକ୍ଷରୁ ଅଧିକ ଲୋକଙ୍କୁ ଏହି ସେବା ମିଳିବ ।