କ୍ଲାସ ରୁମ ସମୟ ନିର୍ଧାରଣ କଲେ ରାଜ୍ୟ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୭ ତାରିଖରୁ ଅର୍ଥାତ ଫେବ୍ରୁଆରୀ ୭ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ଯାଉଛି । କରୋନା ସଂକ୍ରମଣ କମିବା ପରେ ଆସନ୍ତା ୭ ତାରିଖରୁ ୮ମରୁ ଉପରକୁ ଥିବା ସ୍କୁଲ ଓ କଲେଜ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର ସୂଚନା ଦେଇଥିଲେ ।
ତେବେ କେତେ ସମୟ ଧରି ଏବଂ କେତେବେଳେ ପାଠପଢ଼ା ଆରମ୍ଭ ହେବ ସେନେଇ ଗଣଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଦିନ ୧୦ ଟାରୁ ୧ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା । ଦିନ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ବୁଧବାର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ପ୍ରମଥ ପର୍ଯ୍ୟାୟରେ ୮ମରୁ ଉପରକୁ ଓ ଫେବୃଆରୀ ୧୪ରୁ ରାଜ୍ୟର କେଜିରୁ ଉପରକୁ ସମସ୍ତ ସ୍କୁଲ ଏବଂ କଲେଜରେ ପାଠପଢା ଆରମ୍ଭ ହେବ । ଏଥିସହିତ ୟୁନିର୍ଭରସିଟି, ଟେକ୍ନୋଲୋଜୀ, ପ୍ରଫେସନାଲ କଲେଜ ମଧ୍ୟ ଖୋଲିବ । ସେହିପରି ଉଭୟ ଅନଲାଇନ ଓ ଅପଲାଇନ ପାଠପଢା ଚାଲିବ । କରୋନା କଟକଣା ମାନି ସ୍କୁଲରେ ପାଠପଢା ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।