ସିଭିଲ ସର୍ଭିସ ପରୀକ୍ଷା: ୬୩ ତମ ରାଙ୍କରେ ସୁବର୍ଣ୍ଣପୁରର ପୁଅ କାର୍ତ୍ତିକ

0

ସୁବର୍ଣ୍ଣପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି। ସୁବର୍ଣ୍ଣପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟ ସ୍ତରରେ ୬୩ ତମ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଛନ୍ତି। କାର୍ତ୍ତକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ୍ ଥିବାବେଳେ ମାଆ ଗୀତା ଜଣେ ଗୃହିଣୀ। ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଛାତ୍ର।

କାର୍ତ୍ତିକ ଜଣେ ମେଧାବୀ ଛାତ୍ର ରହିବା ସହ ତାଙ୍କର ଆଇଏଏସ୍ ହେବାର ଲକ୍ଷ୍ୟ ପିଲାଟି ଦିନରୁ ଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତ୍ତୋକତ୍ତର କଲାପରେ ଏବେ ସେହି ବିଶ୍ବବିଦ୍ୟାଳୟରେ ଏମଫିଲ କରୁଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ମଧ୍ୟ କାର୍ତ୍ତିକଙ୍କ ଇତିହାସକୁ ଅପ୍ସନାଲ୍ ରଖିଥିଲେ। ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲାର ସାମୁହିକ ବିକାଶ ପ୍ରତି ଧ୍ୟାନ ଦେବି ବୋଲି କାର୍ତ୍ତିକ କହିଛନ୍ତି। କାର୍ତ୍ତିକଙ୍କ ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଫଳାଫଳ ଆଜି ପ୍ରକାଶ ପାଇଛି। ସମୁଦାୟ ୬୮୫ ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ନାମ ଲୋକସେବା ଆୟୋଗ ‘ଇଣ୍ଡିଆନ୍ ଆଡ୍ମିନିଷ୍ଟ୍ରଟିଭ୍ ସର୍ଭିସ୍’, ‘ଇଣ୍ଡିଆନ୍ ଫରେନ୍ ସର୍ଭିସ୍’ ଏବଂ ‘ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍’ ଏବଂ ‘ସେଣ୍ଟ୍ରାଲ୍ ସର୍ଭିସେସ୍ ‘ଗ୍ରୁପ୍- ଏ’ ଓ ‘ଗ୍ରୁପ୍ ବି’ରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି। ତେବେ ଏହି ତାଲିକାରେ ୬୩ ରାଙ୍କ ପାଇ କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ରହିଛନ୍ତି।

Leave a comment