ସିଲ୍ ହେଲା ସିନେମା ହଲ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିଲ୍ ହେଲା ରାୟଗଡ଼ା ସ୍ଥିତ ଅଶୋକ ସିନେମା ହଲ୍ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସିଲ୍ କଲା ପୋଲିସ ଓ ପ୍ରଶାସନ । ସାମାଜିକ ଦୂରତା ଓ ମାସ୍କ ପରିଧାନ ନିୟମକୁ ପାଳନ କରିନଥିବାରୁ ଯାଞ୍ଚ ସମୟରେ ଧରାପଡିଥିଲା। ଫଳରେ ସିନେମା ହଲକୁ ସିଲ୍ କରିଦିଆଯାଇଛି। ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ସିନେମା ହଲକୁ ସିଲ୍ କରାଯାଇଛି ।