ଗ୍ରୀନ୍ ରେ’ ଚିଟଫଣ୍ଡ୍ ମାମଲାରେ ସିବିଆଇ ରେଡ୍, ୨ ଜଣଙ୍କୁ ଉଠାଇ ନେଲା ଟିମ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା  ଜଳେଶ୍ବର ଅଞ୍ଚଳରେ ସିବିଆଇ ଟିମ ଚଢ଼ାଉ କରି ଗ୍ରୀନ ରେ ଚିଟ୍ ଫଣ୍ଡ ମାମଲାରେ ୨ ଜଣକୁ ଗିରଫ କରିଛି ।

ସିବିଆଇ ଯେଉଁ ବ୍ୟକ୍ତିଙ୍କୁ ଉଠାଇ ନେଇଛି ସେମାନେ ହେଲେ କାଲୁ  ଓ ଜମିର । ସୂଚନା ଅନୁଯାୟୀ ୨୦୧୫ ମସିହାରେ  ସିବିଆଇ ତରଫରୁ  ‘ଗ୍ରୀନ ରେ’ ଚିଟ ଫଣ୍ଡ ମାମଲାରେ  ତଦନ୍ତ ଆରମ୍ଭ କରିଥିଲା ।  ‘ଗ୍ରୀନ ରେ’ ମୁଖ୍ୟ ମିର ସଇରୁଦ୍ଦିନ  ( ଗୋରା)କୁ  ଗିରଫ କରାଯାଇଥିଲା ।  ଏହାକୁ ଆଧାର କରି ଗୁରୁବାର ଭୁବନେଶ୍ୱର ସିବିଆଇ ଟିମ୍ ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରିଥିଲା ।

ସିବିଆଇର ଡିଏସପି ଅଶୋକ କୁମାରଙ୍କ ନିର୍ଦେଶରେ ଏହି ଚଢଉ ହୋଇଥିଲା । ଏହାସହ ଜଳେଶ୍ୱର ବଡ଼ ବଜାର ଅଞ୍ଚଳରୁ ମିର ଜମିରୁଦ୍ଦିନ  (  ଜମିର)  ଓ ମୀର ସଇମତକୁ ଗିରଫ କରିଛି ଟିମ୍।

Leave a comment