ଚିଟଫଣ୍ଡ କେସ କ୍ଲୋଜ କରିବ କି ସିବିଆଇ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗତ ୭ ବର୍ଷ ହେବ କୌଣସି ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ ହେଉ ଓଡ଼ିଶାରେ ରାଜନୈତିକ ଚାପ ଓ ସାଧାରଣ ଜନତାଙ୍କ ମନ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚିଟଫଣ୍ଡ କେସ ବ୍ୟବହାର କରୁଥିବା ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଯାହାର ଫଳସ୍ୱରୂପ ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ସିବିଆଇ ର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିବିଆଇକୁ କେନ୍ଦ୍ରସରକାର ନିଜର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ବିଜେଡ଼ି କର୍ମୀ ଏବଂ ସାଧାରଣ ଜନତା ଚର୍ଚ୍ଚା କରୁଛନ୍ତି । ତେଣୁ ସିବିଆଇ ଏହି ଚିଟଫଣ୍ଡ କେସ କ୍ଲୋଜ କରିବା ଏବଂ ଚାର୍ଜସିଟ ଦାଖଲ କରିବାକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ରେଡ଼ କରିଥିବା ନେଇ ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ବିଜେଡ଼ି କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ରାଜନୈତିକ ପଶାପାଲିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏବେ ଘାଣ୍ଟି ହେଉଛନ୍ତି । ଗତ ୭ବର୍ଷ ହେବ ତାଙ୍କଠାରୁ ସିବିଆଇ କିଛି ପାଇନାହାନ୍ତି କି କିଛି ପାଇବାର ଆଶାନାହିଁ ବୋଲି ତାଙ୍କ ସମର୍ଥକମାନେ ଦୃଢୋକ୍ତି ରଖିଛନ୍ତି । ସେହିପରି ଏହି ସିବିଆଇ ରେଡ଼ ସମ୍ୱନ୍ଧରେ ଶ୍ରୀ ମିଶ୍ର କହିଛନ୍ତି, ମୋ ଜୀବନ ଏକ ଖୋଲା ବହି । ବିରୋଧୀ ହୁଅନ୍ତୁ ବା ସମର୍ଥକ ଯିଏ ବି ମୋ ସହ ମିଶିଛନ୍ତି ସେମାନେ ମୋ କଥା ଭଲଭାବେ ଜାଣିଛନ୍ତି । ସିସୋରକୁ ଟେଣ୍ଡର ଦେବାରେ କିମ୍ବା ତାଙ୍କୁ ଅନୁଗ୍ରହ ଦେଖାଇବାରେ ମୋର ଏକ ପ୍ରତିଶତ ମଧ୍ୟ ହାତନାହିଁ ।

ସୂଚନା ଅନୁଯାୟୀ, କଳିଙ୍ଗ ଟ୍ୟୁବରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବାପା ଚାକିରୀ କରୁଥିଲେ ଯାହାକି ସ୍ବର୍ଗତ ବିଜୁ ବାବୁଙ୍କର ଥିଲା । ଶ୍ରୀ ମିଶ୍ରଙ୍କ ବାପା ବିଜୁ ବାବୁଙ୍କ ଖୁଵ ନିକଟତର ଥିଲେ । ସେ ସମୟରେ ବିଜୁ ବାବୁ ଶ୍ରୀ ମିଶ୍ରଙ୍କୁ ରାଜନୀତିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ । ଏବଂ ସେ ଦିନଠାରୁ ଶ୍ରୀ ମିଶ୍ର ରାଜନୀତିରେ ନିଜ ପଦ ଥାପିଥିଲେ । ପୂର୍ବରୁ ଯେତେବେଳେ ମଧ୍ୟ ଦଳରେ ସଂକଟ ସମୟ ଆସେ ସେତେବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଖୋଜା ପଡେ । ସେ ଦଳର ସମସ୍ୟା ସମାଧାନରେ ଅନେକେ ଥର ପ୍ରମୁଖ ଭୂମିକା ନିର୍ବାହ କରିଆସିଛନ୍ତି ।

Leave a comment