ରହସ୍ୟମୟୀ ଚିନ୍ମୟୀଙ୍କୁ ନେଇ ବିଦ୍ୟାଶ୍ରୀ କହିଲେ ଏମିତି କଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରହସ୍ୟମୟୀ ଝିଅ ଚିନ୍ମୟୀଙ୍କ ଚାଞ୍ଚଲ୍ୟକର ବୟାନ ପରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର। ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।ବଚିନ୍ମୟୀଙ୍କ ସହ ଆଦିତ୍ୟ କାହିଁକି ସମ୍ପର୍କ କାଟିଲେ। ଏବଂ ସମ୍ପର୍କ ଭାଙ୍ଗିବାପରେ ଚିନ୍ମୟୀ କିଭଳି ଭାବେ ହଇରାଣ କରୁଥିଲେ ବିଦ୍ୟାଶ୍ରୀ ସେ କଥା ବଖାଣିଛନ୍ତି। ବିଦ୍ୟାଶ୍ରୀ କହିଛନ୍ତି- ସାଇକୋ ଲେଡି ସହ ଅନେକ ପ୍ରୋବ୍ଲେମ୍ ଥିଲା। ଆଦିତ୍ୟଙ୍କ ବାପାମାଆ ଏହି ସମ୍ପର୍କକୁ ବିରୋଧ କରୁଥିଲେ। ବିଭିନ୍ନ ସମୟରେ ଚିନ୍ମୟୀ ନିଜର ହାତ କାଟିବା ସହ ମରିବା ନେଇ ଧମକ ମଧ୍ୟ ଦେଉଥିଲେ ବୋଲି ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ଆଦିତ୍ୟଙ୍କୁ ଅନ୍ୟ କାହାସହ ଚିନ୍ମୟୀ ବାହା କରାଇ ଦେଉନଥିଲେ। ଏପରିକି ନିର୍ବନ୍ଧ ଦିନ ଫୋନ୍ କରି ଧମକ୍ ଦେଇଥିଲେ ଚିନ୍ମୟୀ। ବାରମ୍ବାର ବ୍ଳାକମେଲିଂ କରୁଥିଲେ। ଏହି ସାଇକୋ ପ୍ରୋବ୍ଲେମ୍ ପାଇଁ ଆଦିତ୍ୟ-ଚିନ୍ମୟଙ୍କ ବ୍ରେକଅପ୍ ହୋଇଥିଲା ବୋଲି ବିଦ୍ୟାଶ୍ରୀ କହିଛନ୍ତି ।

Leave a comment